ଓଡିଶା

ପୁଜା ପାଇଁ ଜାରି ହେଲା ଗାଇଡଲାଇନ୍

(ଆଦର୍ଶ ରାଉତ/ଭୁବନେଶ୍ବର): କରୋନା କଟକଣା ଭିତରେ ଗୁରୁବାର ରାଜ୍ୟ ସରକାର ପୁଜା ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଆଗାମୀ ୨ ମାସ ପର୍ୟ୍ୟନ୍ତ ହେବାକୁ ଥିବା ସମସ୍ତ ପୁଜା ପାଇଁ ରାଜ୍ୟ ସରକାର ନୁତନ ଗାଇଡ ଲାଇନ ଜାରି କରିଛନ୍ତି । ରାଜ୍ୟରେ ବିଭିନ୍ନ ପ୍ରକାର ପୁଜା ଯେପରିକି ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା କିପରି ପାଳନ ହେବ ସେ ନେଇ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।
ଗାଇଡଲାଇନ ଅନୁସାରେ, ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଠାରୁ ଅନୁମତି ନେବା ନିହାତି ଜରୁରୀ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମାନଙ୍କରେ ଜିଲ୍ଲାପାଳ ଓ ଟ୍ବିନ ସିଟିରେ ପୁଲିସ କମିଶନରଙ୍କ ଅନୁମତି ନେବାକୁ ପଡିବ । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଉଥିବା ବେଳେ ଏହି ପୁଜା ମାନଙ୍କରେ ସାଧାରଣ ଲୋକ ଭାଗନେଇ ପାରିବେ ନାହିଁ କି କୌଣସି ପ୍ରକାର ଗହଳି କରିପାରିବେ ନାହିଁ ବୋଲି ଗାଇଡ ଲାଇନରେ କୁହାଯାଇଛି । ପୂଜା ମଣ୍ଡପର ତିନି ପାର୍ଶ୍ବରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ଵ ଆଶିଂକ ବନ୍ଦ ରହିବ । ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ୍ ରହିବ । ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ମୋଟ ୭ ଜଣରୁ ଅଧିକ ଉପସ୍ଥିତ ରହିପାରିବେ ନାହିଁ । ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ବ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି । ଏଥି ସହିତ ଭସାଣି କାର୍ଯ୍ୟକ୍ରମ କରି ପାରିବେ ନାହିଁ ଏବଂ ମୁର୍ତ୍ତୀ ସବୁକୁ କ୍ରୁତିମ ପୋଖରୀରେ ବିସର୍ଜନ କରାଯିବ । କୌଣସି ମନୋରଞ୍ଜନ କାର୍ୟ୍ୟକ୍ରମ ହୋଇ ପାରିବ ନାହିଁ। ଗାଇଡ ଲାଇନ ପାଳନ ନ ହେଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

mahabharatanews

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏସି ଟନେଲ 

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews