ଅପରାଧ

ଦେଶରେ ମହିଳା ନିର୍ଯାତନାର ୬୪.୫% ଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ଅତ୍ୟାଚାର ବୃଦ୍ଧିପାଇବାରେ ଲାଗିଛି । ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ.ସି.ଆର.ବି) ଅନୁସାରେ ରେପ୍ ଓ ମର୍ଡର ଅଭିଯୁକ୍ତଙ୍କ ସଂଖ୍ୟା ଜେଲରେ ବୃଦ୍ଧି ପାଉଛି। ଏନ୍.ସି.ଆର.ବି ରିପୋର୍ଟ ଅନୁସାରେ ଦେଶରେ ଥିବା ଜେଲରେ ୨୧,୦୨୦ କଏଦୀ ମହିଳା ନିର୍ଯାତନାରେ ବନ୍ଦୀ ଅଛନ୍ତି । ୨୦୧୯ ଡିସେମ୍ବର ୩୧ ସୁଦ୍ଧା ମହିଳା ନିର୍ଯାତନା ମାମଲାରେ ୬୪.୫ ପ୍ରତିଶତ ଅର୍ଥାତ ୧୩୪୬୪ କଏଦୀ ଦୁଷ୍କର୍ମ ମାମଲାରେ ରହିଛନ୍ତି। ୨୦୧୭ରେ ଯାହା ୧୦,୮୯୨ ଥିଲା।
ମହିଳା ନିର୍ଯାତନା ମାମଲାରେ ୫୭୪୪୪ ଅଭିଯୁକ୍ତଙ୍କ ମାମଲା ଦେଶର ବିଭିନ୍ନ ଅଦାଲତରେ ବିଚାରଧୀନ ଅଛି। ଏଥିରୁ ୩୪୩୬୮ ଅଭିଯୁକ୍ତ ବଳାତ୍କାରୀ । ଏହା ବ୍ୟତୀତ ସମ୍ପତି ଲାଳସାରେ ମହିଳାଙ୍କ ମୃତ୍ୟୁ ୨୫.୫୮ ପ୍ରତିଶତ ଅର୍ଥାତ ୫,୩୭୭ ଦୋଷୀ ଜେଲରେ ଜୀବନ ଅତିବାହିତ କରୁଛନ୍ତି। ଡରି ଡେଥ୍‌ରେ ୧୩୨୮୭ ବିଚାରଧୀନ କଏଦୀ ଜେଲରେ ଅଛନ୍ତି। ମହିଳାଙ୍କୁ ଅପମାନ କରିବା ଅଭିଯୋଗରେ ୫୧୭୬ କଏଦୀ ଜେଲରେ ଅଛନ୍ତି। ସ୍ବୀମଙ୍କ ସମ୍ପର୍କୀୟ ଓ ବାପା-ମାଆଙ୍କ ଦ୍ବାରା ମହିଳା ଉତ୍ପୀଡନରେ ୪୬୧୩ କଏଦୀଙ୍କ ମାମଲା ଅଦାଲତରେ ବିଚାରଧୀନ ଅଛି।
ମହିଳା ଅତ୍ୟାଚାର କ୍ଷେତ୍ରରେ ଉତ୍ତରପ୍ରଦେଶ ଆଗରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି । ଦେଶରେ ମହିଳା ଅତ୍ୟାଚାର କରିବା ଅଭିଯୋଗରେ ୨୧,୦୨୦ ଦୋଷୀଙ୍କ ମଧ୍ୟରୁ ୪୯୭୦ କେବଳ ଉତ୍ତର ପ୍ରଦେଶରୁ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଅଛି ମଧ୍ୟପ୍ରଦେଶ।

Related posts

ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ

mahabharatanews

ରାଜଧାନୀରୁ ବେଆଇନ ପ୍ଲାଷ୍ଟିକ ଜବତ

mahabharatanews

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews