ଓଡିଶା

ତାସ୍ ଖେଳକୁ ନେଇ ପରିବାରେ ଝଡ

(ରଜନୀକାନ୍ତ ପାତ୍ର/ପୋଲସରା): ତାସ୍ ଖେଳରୁ ପରିବାର ମଧ୍ୟରେ ସୃଷ୍ଟି ହୋଇଛି କନ୍ଦଳ । ସାମାନ୍ୟ ତାସ୍ ଖେଳ ଯୋଗୁଁ ପରିବାରରେ ବୁଲିଛି ଖଣ୍ଡା । ଯାହା ଫଳରେ ପରିବାରର ୮ ଜଣ ସଦସ୍ୟ ଆହାତ ହୋଇଛନ୍ତି ଏବଂ ୩ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା ପୋଲିସରା ବ୍ଲକ୍ ଅନ୍ତର୍ଗତ ରୁମାଗଡ ଠାରେ ।
ସୁଚନା ଅନୁଯାୟୀ, ରୁମାଗଡ ବଡସାହିର ନିବାସୀ ପାଳ ଏବଂ ମାଧବ ମଲ୍ଲିକଙ୍କ ପରିବାର ଲୋକେ ଗାଁରେ ତାସ ଖେଳୁଥିଲେ। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମାନେ ବୁଝା ସୁଝା କରି କଳିକୁ ସମାଧାନ କରି ଦେଇଥିଲେ। ମାତ୍ର ସଂଧ୍ୟା ବେଳେ ଏହି ଝଗଡା ପୁନର୍ବାର ଉଗ୍ର ରୁପ ଧାରଣ କରିଥିଲା। ଫଳରେ ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ର ରୁପ ନେଇଥିଲା। ଉଭୟ ପକ୍ଷ ଖଣ୍ଡା କାତି ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପରିବାର ଆଠ ଜଣ ଆହତ ହୋଇଛନ୍ତି। ନିବାସ ପାଳଙ୍କ ପରିବାର ନିବାସୀଙ୍କ ସହିତ ତାଙ୍କ ସ୍ତ୍ରୀ ସରୋଜିନୀ ପାଳଙ୍କ ସମେତ ଦୁଇ ପୁଅ ଧନୁର୍ଜୟ ପାଳ ଓ କାର୍ତ୍ତିକ ପାଳ ଆହତ ହୋଇଛନ୍ତି। ସେହିପରି ମାଧବ ମଲ୍ଲିକଙ୍କ ପରିବାର ମାଧବ ଙ୍କ ସହିତ ଗୌରହରି ମଲ୍ଲିକ, ସୋନା ମଲ୍ଲିକ ଓ ସାନୁ ମଲ୍ଲିକ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆହାତ ମାନଙ୍କ ମଧ୍ୟରୁ ମାଧବ ମଲ୍ଲିକ , ଗୌରହରି ମଲ୍ଲିକ ଏବଂ ଧନୁର୍ଜୟ ପାଳଙ୍କ ଅବସ୍ଥା ଗୁରୁତର ଥିବାରୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପୋଲସରା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗାଁର କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Related posts

ପଞ୍ଚାୟତ ରାଜ ଦିବସକୁ ବିଜେପି ବିରୋଧ

mahabharatanews

ନାଳରେ ବୁଡି ଯୁବକ ମୃତ

mahabharatanews

ବିଜେପି ପକ୍ଷରୁ ସାମ୍ଵାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

mahabharatanews