(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଜୁଲାଇ ୧୩ ତାରିଖର ସେହି କାଳ ମୁହୂର୍ତ୍ତ, ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୫୬ ଗାଁର ସୁଜନ ବିଶ୍ୱାସ ଚାଷ କରୁଥିବା ବେଳେ ହ୍ୟାଣ୍ଡ ଟ୍ରାକଟର ତଳେ ଚାପି ହୋଇ ନିଜ ବାମ ଗୋଡ ସମ୍ପୂର୍ଣ୍ଣ ହରାଇଥିଲେ । ଯବାନ ପୁଅକୁ ନେଇ ବୃଦ୍ଧ ପିତାମାତା ମାଲକାନାଗିରିରୁ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ଡାକ୍ତରଖାନାକୁ ନେଇ ନିଜ ପୁଅର ଚିକିତ୍ସା କରାଇ ନିଶ୍ଵ ହୋଇପଡ଼ିଲେଣି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଥିବା କିଛି ଜମିକୁ ବିକି ପରିବାର ଲୋକ ସୁଜନର ଜୀବନ ବଞ୍ଚେଇ ଥିଲେ ମଧ୍ୟ ବାମ ଗୋଡକୁ ସମ୍ପୂର୍ଣ୍ଣ କାଟିବାକୁ ପଡିଥିଲା। ଅର୍ଥ ଅଭାବ ଯୋଗୁଁ ବୃଦ୍ଧ ପିତାମାତା ସୁଜନକୁ ଧରି ନିଜ ଗ୍ରାମ ଏମଭି୫୬ ଆସି ଭାଗବାନଙ୍କ ଭରସାରେ ପଡି ରହିଥିଲେ । ଏତିକି ବେଳେ ନୂତନ ଆଶାର ଆଲୋକ ସାଜି ଆସିଲେ ମାଲକାନାଗିରି ଜିଲ୍ଲା ପୋଲିସରେ କାର୍ୟ୍ୟରତ ମହିଳା ଏସ୍ ଆଇ ଶୁଭଶ୍ରୀ ନାୟକ। ଆଜି ଶୁଭଶ୍ରୀ ଏମଭି୫୬ ସ୍ଥିତ ସୁଜନଙ୍କ ଘରେ ପହଞ୍ଚି ତାଙ୍କୁ ଭେଟିବା ସହ ଆଗାମୀ ଦିନରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ସୁଜନର ମେଡିକାଲ ରିପୋର୍ଟକୁ ଦେଖିବା ସହ ଜିଲ୍ଲା ଓ ରାଜ୍ୟ ଦିବ୍ୟାଙ୍ଗ କମିଟିର ଅଧିକାରୀଙ୍କ ସହ ଆଲୋଚନା କରି ଗୋଡର ଚିକିତ୍ସା କରିବା ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ କହିଥିଲେ।ଲକ୍ ଡାଉନ ବେଳେ ଡ୍ୟୁଟିରେ ରହି ଅସହାୟ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇଥିଲେ ମହିଳା ଏସ୍ ଆଇ ଶୁଭଶ୍ରୀ ନାୟକ। ଏଥିସହ ବିଭିନ୍ନ ସମାଜିକ ଗଣମାଧ୍ୟମରେ ଚର୍ଚାର ଶିଖର ଛୁଇଁଥିବା ବେଳେ ଦକ୍ଷୀଣ ସୁପରଷ୍ଟାର ଚିରଞ୍ଜୀବ୍ ମଧ୍ୟ ଶୁଭଶ୍ରୀଙ୍କୁ ପ୍ରଶଂସା କରିଥିଲେ। ମାଲକାନାଗିରି ଜିଲ୍ଲା ପୋଲିସ ରେ କାର୍ୟ୍ୟରତ ଜଣେ ମହିଳା ପୋଲିସ ଏସ୍ ଆଇଙ୍କ ଏଭଳି କାମ ପୋଲିସ କେବଳ ଡ୍ୟୁଟି ନୂହେଁ ସମାଜିକ କାର୍ୟ୍ୟରେ ମଧ୍ୟ ନିୟୋଜିତ ହୋଇ ବିଭିନ୍ନ କାର୍ୟ୍ୟ କରୁଥିବା ଦର୍ଶାଉଛି ବୋଲି ସାଧାରଣରେ କୁହାଯାଇଛି।
previous post
next post
