ଓଡିଶା

ଯେକୌଣସି ସମୟରେ ନୂଆ ମାର୍ଗଦର୍ଶିକା ଜାରି ହୋଇପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ୬୮୦ ଜଣ ପଜିଟିଭ ହୋଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ପାଇଁ ବଢାଇଛି ଚିନ୍ତା । ତେବେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସଂକ୍ରମଣ ବହୁତ କମ ଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିବା ସହ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ।
ତେବେ ସଂକ୍ରମଣକୁ ନିୟନ୍ତ୍ରିତ ରଖିବାକୁ ଆମ ସମସ୍ତଙ୍କୁ ସଜାଗ ଓ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି ମହାପାତ୍ର । । ଏଥିସହ ସେ ଆହୁରି କହିଛନ୍ତି, ଆମ ବ୍ୟବହାରରେ ପରିବର୍ତ୍ତନ ଆବଶ୍ୟକ । ଆବଶ୍ୟକ ହେଲେ ଯେକୌଣସି ସମୟରେ ନୂଆ ମାର୍ଗଦର୍ଶିକା ଜାରି କରିପାରନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଜି ଅପରାହ୍ନ ୫ଟାରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ।

Related posts

ହାଇୱାକୁ ଧକ୍କା ଦେଇ 108 ଆମ୍ବୁଲାନ୍ସ୍ ଦୁର୍ଘଟଣା, ହେଲପର ମୃତ

mahabharatanews

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews

ପିପିଲିରେ ୨୯ ପ୍ଲାଟୁନ ଓଏସପି, ୩ କମ୍ପାନୀ ସିଏପିଏଫ ମୁତୟନ: ଡିଜିପି

mahabharatanews