ଓଡିଶା

ମିଳିଲାନି ମହାପ୍ରୟାଣ ଗାଡି, ଟ୍ରଲିରେ ବୁହା ହେଲା ଶବ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ପୁଣି ଶବକୁ ଅସମ୍ମାନ । ସରକାର ଗରିବ ଓ ଅସହାୟଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅଥଚ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡି ଅଭାବରୁ ଟ୍ରଲିରେ ତାଙ୍କ ଶବ ବୁହା ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରୁମୁଳା ପଞ୍ଚାୟତର ଗୋବରା ଗାଁରେ । ମିଳିଥିବା ସୁଚନା ଅନୁଯାୟୀ, ଗାଁର ଦୁଖା ମାରାଣ୍ଡି ଅସୁସ୍ଥ ହେବାରୁ ଗତକାଲି ପରିବାର ଲୋକେ ତାଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ମୃତଦେହକୁ ନେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା କରିନଥିଲେ । ତେବେ ମୃତଦେହକୁ ଡାକ୍ତରଖାନାରୁ ନେବା ପାଇଁ ମୃତକଙ୍କ ପରିବାର ଲୋକେ ଚିନ୍ତାରେ ପଡିଥିଲେ । ଶେଷରେ ମୃତକ ଦୁଖାର ପରିବାର ଡାକ୍ତରଖାନାରୁ ଶବ ନେବା ପାଇଁ ଜମିବନ୍ଧା ପକାଇ ଟଙ୍କା ଆଣିଥିବା ତାଙ୍କର ପୋଡ଼ଶୀଙ୍କ ଠାରୁ ଜାଣିବାକୁ ମିଳିଛି। ପରେ ପରିବାର ଲୋକେ ଟ୍ରଲିରେ ଶବ ବୋହିଥିବା ବେଳେ ଭଡ଼ା ବାବଦରେ ୮ ଶହଟଙ୍କା ଦେଇଥିବା କହିଛନ୍ତି। ତେବେ ଏ ଘଟଣାରେ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଏବେ ସରକାରୀ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ଉପହାସ ପାଲଟିଥିବା ଅଭିଯୋଗ କରିଛନ୍ତି। ତେବେ ଏହି ଅବ୍ୟବସ୍ଥା ପାଇଁ ଲୋକମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ଦାୟୀ କରିଛନ୍ତି।

Related posts

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews

ବ୍ଲକସ୍ତରରେ ବଳରାମ ଯୋଜନାର ପ୍ରସ୍ତୁତି ବୈଠକ

mahabharatanews

ଝଙ୍କଡ଼ ମା ଶାରଳାଙ୍କ ପୀଠରେ ବାଣ ବିସ୍ପୋରଣ

mahabharatanews