ଓଡିଶା

ଜିଲ୍ଲାପାଳଙ୍କ ନାମରେ ହତ୍ୟା ଅଭିଯୋଗ

(ପ୍ରଶାନ୍ତ କୁମାର ସ୍ୱାଇଁ/ପାରାଦ୍ବୀପ): ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆସିଛି । କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି । ସୁଚନା ଅନୁଯାୟୀ ୨୦୧୩ ମସିହା ଫେବୃଆରୀ ୩ ତାରିଖରେ ତତ୍କାଳୀନ ଲ୍ୟାଣ୍ଡ ଆକ୍ବେସନ ଅଫିସର ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୋସ୍କୋ ଜମି ଅଧିଗ୍ରହଣ ସମୟରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଏଥିରେ ଗୋବିନ୍ଦପୁର ଗ୍ରାମର ତରୁଣ ମଣ୍ଡଳ ଅଭୟଚାଦପୁର ଥାନା ରେ ଏତଲା ଦେଇଥିଲେ । ଏତଲା ଦେବାର କିଛିଦିନ ମଧ୍ୟରେ ଘଟଣାକୁ ଚପାଇ ଦେବା ପାଇଁ ତରୁଣ ମଣ୍ଡଳଙ୍କୁ ବୋମା ବିସ୍ଫୋରଣ କରି ହତ୍ୟା କରାଯାଇଥିବା ଜଣାପଡିଛି । ଯେଉଁଥିରେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାକୁ ନେଇ ଏହି ମାମଲାରେ ସମ୍ପୃକ୍ତ ଥିବା ଗୋବିନ୍ଦପୁର ଗ୍ରାମର ପ୍ରକାଶ ଜେନା ଓ ଖିର ଦାସ ଦୁଇଟି ପୃଥକ ପୃଥକ ଆବେଦନ କରିଥିଲେ। ଯାହାର ଶୁଣାଣି ଆଜି କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଆରମ୍ଭ ହୋଇଛି।

Related posts

ଆସନ୍ତା କାଲି ଓଡିଶାରେ ପ୍ରଚାର କରିବେ ଦୁଇ କେନ୍ଦ୍ରୀୟ ନେତା

mahabharatanews

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

mahabharatanews

ନୂଆଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

mahabharatanews