ଓଡିଶା

ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ କରୋନା

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକ୍ଷଣ ଦେଖାଦେବାରୁ ଶ୍ରୀ ମାଡ଼ି ରାପିଡ ଆଣ୍ଟିଜେନ ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଆରଟିପିସିଆର ଟେଷ୍ଟ ପାଇଁ ନମୁନା ଭୁବନେଶ୍ୱର ପଠାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବାରୁ ପ୍ରଥମେ ମାଲକାନଗିରି କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କାଲି ଭୁବନନେଶ୍ୱର କିମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଶଯ୍ୟା ନଥିବାରୁ ତାଙ୍କୁ ଏମ୍ସରେ ଭର୍ତି କରାଯାଇଛି। ବିଧାୟକ ଶ୍ରୀ ମାଡ଼ିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୪ଜଣ ବିଜେପି ନେତା ଓ କର୍ମୀ କୋଭିଡ ଟେଷ୍ଟ ନିମନ୍ତେ ନମୁନା ପ୍ରଦାନ କରିଛନ୍ତି।

Related posts

ବାରିପଦା ବୁଢ଼ା ବଳଙ୍ଗ ପାଣିବୁଡ଼ି ଜଣେ ମୃତ

mahabharatanews

ଓୟୁଏଟି ଭେଟେନ।ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଦାବି

mahabharatanews

ହଟ୍ଟଗୋଳ ଭିତରେ ୪ ବିଲ ପାରିତ

mahabharatanews