ଓଡିଶା

ପୁରୀରେ ଆନ୍ତର୍ଜାତୀୟ ବେଳାଭୁମୀ ସଫେଇ ଦିବସ ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ/ପୁରୀ): ଅନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବେଳାଭୂମିରେ ସଫେଇ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ସରକାରୀ ଅଧିକାରୀ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ମୁଖ୍ୟତଃ ବେଳାଭୂମିକୁ ଆବର୍ଜନା ମୁକ୍ତ ରଖିବା, ସମୁଦ୍ର ଜଳ ପ୍ରଦୂଷଣ ରୋକିବା ଏହି ସଫେଇ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ପୁରୀ ଜିଲ୍ଲାରେ ୫୧ଟି ସ୍ଥାନରେ ଆଜି ସକାଳ ୫ରୁ ୬ ଘଟିକା ମଧ୍ୟରେ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୀ ପୌରସଂସ୍ଥା ଅଧିନସ୍ଥ ହୋଟେଲ ଷ୍ଟର୍ଲିଂ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପର୍ୟ୍ୟନ୍ତ ୧୦ଟି ସ୍ଥାନ, କୋଣାର୍କରେ ୧୦, କୃଷ୍ଣପ୍ରସାଦର ୧୧, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଓ କାକଟପୁରର ପ୍ରତ୍ୟେକ ୫ଟି ସ୍ଥାନରେ ସଫେଇ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିପାଇଁ ପୁରୀ ଜିଲ୍ଲପାଳ ବଲୱନ୍ତ ସିଂ ସଂପୃକ୍ତ ବିଡିଓ ମାନଙ୍କୁ ଦାୟିତ୍ବ ଦେଇଥିଲେ । ପ୍ରତ୍ୟେକ ସ୍ଥାନରେ ୧୦ ଜଣ ସ୍ବେଚ୍ଛାସେବୀ ଓ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସଫେଇ ସମୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୁରତ୍ୱ ବଜାୟ ରଖିବା ଉପରେ ପ୍ରଶାସନ ଗୁୁରୁତ୍ୱ ଦେଇଥିଲା । ଏହି ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ବେଳାଭୂମି ବାଲିରେ ‘କିପ ମି କ୍ଲିନ’ର ବାର୍ତ୍ତା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ସେପ୍ଟମ୍ବର ମାସ ତୃତୀୟ ଶନିବାର ଦିନ ଆନ୍ତର୍ଜାତିୟ ବେଳାଭୂମି ସଫେଇ ଦିବସ ପାଳିତ ହେଉଛି । ବେଳାଭୂମି ଓ ସମୁଦ୍ରର ସୁରକ୍ଷା ଏବଂ ସଫେଇ ଦିଗରେ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଉଛି । ବେଳାଭୂମୀ ଓ ସମୁଦ୍ର ଜଳକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଲୋକେ ଦୃଢ଼ ସଂକଳ୍ପ ନେବାକୁ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକଙ୍କୁ ନିବେଦନ କରିଛନ୍ତି କ୍ଷ

Related posts

ଖମାର ବନବିଭାଗକୁ ବଡ଼ ସଫଳତା

mahabharatanews

ଆଜି ମୋଦିଙ୍କୁ ଭେଟିବେ ନବୀନ

mahabharatanews

ଫ୍ଲୋରାଇଡ ପାଣି ବାହାରିବା ସ୍ଥାନରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ : ପଞ୍ଚାୟତିରାଜ ମନ୍ତ୍ରୀ

mahabharatanews