(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଖଇରପୁଟ ବ୍ଲକ ଗ୍ରସ୍ତରେ ଯାଇ ଉନ୍ନୟନ କାମର ସମୀକ୍ଷା କରିଛନ୍ତି । ତେବେ ସେ ପ୍ରଥମେ ଗୋଷ୍ଠି ଉନୟନ୍ନ ଅଧିକାରୀ, ବଣ୍ଡା ଓ ଡିଡାଇ ଜନଜାତି ଉନୟନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ କରୋନା ମହାମାରୀ ସମୟରେ ଲୋକମାନେ ଯେପରି ଏମଜିଏନଆରଜିଏସ କାମରୁ ବଞ୍ଚିତ ନ ହେବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହ ସମସ୍ତେ ଯେପରି କାମ ପାଇବେ ସେ ଦିଗରେ ଗୁରୁତ୍ୱ ଦେବାକୁ କହିଥିଲେ । ଏଥିସହ ବ୍ଲକରେ ଚାଲିଥିବା ବିଭିନ୍ନ ଉନୟନ୍ନ କାମର ମଧ୍ୟ ସମୀକ୍ଷା କରିଥିଲେ । ପରେ ମୁଣ୍ଡାଗୁଡ଼ା ଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ବ୍ଲକ ବିଧାୟକ ପ୍ରତିନିଧି ଭାବେ ହରମୋହନ ରାଜୁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଖଇରପୁଟ ବ୍ଲକ ଅଧ୍ୟକ୍ଷା କୁମୁଦୁଣୀ କ୍ରିସାନି , ଯୁବନେତା ମହେଶ ବାକା, ସାଧୁ ହନ୍ତାଳ, ବଧୁ ମୁଦୁଲି, ଜଗନ୍ନାଥ ମାଝୀ ଓ ବିଘ୍ନ କ୍ରିସାନି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳନୀ ସମାପ୍ତ ହେବା ପରେ ବିଧାୟକ ଶ୍ରୀ ବାକା ଗାଁ କୁ ଯାଇ ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ଠାରୁ କିପରି ଦୁରେଇ ରହିବା ସେ ସମ୍ପର୍କରେ ସଚେତନ କରାଇଥିଲେ ।
previous post
next post
