ଅପରାଧଓଡିଶା

ଗଞ୍ଜେଇ ଖୋଜିଲାବେଳେ ବାହାରିଲା ଏକ କୁଇଣ୍ଟାଲ ରୁପା ଇଟା

କଟକ: ଗଞ୍ଜେଇ ଖୋଜୁ ଖୋଜୁ ବାହାରିଲା ମାଳ ମାଳ ରୁପା ଇଟା । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଟୋଲ୍‌ ଗେଟ୍‌ ନିକଟରେ । ସୂଚନାନୁସାରେ , ଗାଡ଼ିର ସିକ୍ରେଟ ଚାମ୍ବରରେ ରୁପା ଇଟାକୁ ସୀମା ପାର୍‌ କରାଯାଉଥିଲା ଟୋଲ୍‌ ଗେଟ୍‌ରେ ଧରା ପଡ଼ିଯାଇଛି । ପୂଜା ପୂର୍ବରୁ କଟକ ଜିଲ୍ଲା ଟାଙ୍ଗି ଟୋଲଗେଟରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଉଥିବା ବେଳେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରୁ ପଶ୍ଚିମବଙ୍ଗର ଖଡଗପୁରକୁ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ।

ଏହାପରେ ଆଜି ଟାଙ୍ଗୀ ଟୋଲଗେଟ ପାଖରେ ଛପି ରହିଥିଲେ ଅବକାରୀ କର୍ମଚାରୀ। ଦିନ ପ୍ରାୟ ୧୨ଟା ବେଳେ କଟକ ପଟୁ ଆସୁଥିବା ଏକ କାର୍‌କୁ ଅଟକାଇ ସେମାନେ ଖୋଳତାଡ଼ ଆରମ୍ଭ କଲେ। କାର୍‌ର ସିଟ୍‌ କାଟି ତା’ ତଳେ ସିକ୍ରେଟ ଚାମ୍ବର ଥିବା ଦେଖିବାକୁ ପାଇଥିଲେ।ହେଲେ ସିକ୍ରେଟ ଚାମ୍ବରରୁ ଗଞ୍ଜେଇ ନୁହେଁ, ବାହାରିଲା ପୁଳା ପୁଳା ରୁପା ଇଟା ଓ ନଗଦ ଟଙ୍କା । ଯାଞ୍ଚ ବେଳେ କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ଓ ୧୪ ଲକ୍ଷରୁ ଅଧିକ କ୍ୟାସ୍‌ ଜବତ ହୋଇଥିବା ସୂଚନା ମିଳିଛି।

Related posts

‘ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ’

mahabharatanews

୬ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

mahabharatanews