ଓଡିଶା

ସୀମାନ୍ତରେ ଜଣେ ଯବାନଙ୍କୁ ହତ୍ୟା କଲେ ମାଓବାଦୀ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ମାନେ ଜଣେ ସିଏଏଫ ଯବାନଙ୍କୁ ଗଳା କାଟି ହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସିଏଏଫ ପାୟାନିୟର ପ୍ଲାଟୁନ ରେ ଥିବା ବିଜାପୁର ଜିଲ୍ଲା କୋତବାଲି ଥାନା ଅନ୍ତର୍ଗତ ପଦୋଡା ଗାଁ ର ମଲ୍ଲରାମ ସୂର୍ୟ୍ୟବଂଶୀ ନାମକ ଯବାନଙ୍କୁ ମାଓବାଦୀଙ୍କ ଗାଁ ଗଙ୍ଗାଲୁର ଏରିଆ କମିଟି ଦ୍ୱାରା ଗତ ପାଞ୍ଚ ଦିନ ତଳେ ଅପହରଣ କରିନେଇଥିଲେ । ଆଜି ସକାଳୁ ମାଓବାଦୀମାନେ ଅପହୃତ ଯବାନଙ୍କ ଗଳା କାଟି ହତ୍ୟାକରିବା ପରେ ତାଙ୍କ ଶବକୁ ଗଙ୍ଗାଲୁର ଓ ବିଜାପୁର ରାସ୍ତାରେ ପକାଇ ଦେଇଯାଇଥିଲେ । ସକାଳୁ ଏହି ରାସ୍ତାରେ ଯାଉଥିବା ଲୋକ ମାନେ ଯବାନଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା ପାଇଁ ପଠାଇ ଉକ୍ତ ଅଞ୍ଚଳରେ ମାଓବାଦୀକୁ ଧରିବା ନିମନ୍ତେ ସର୍ଚ୍ଚ ଅପେରସନ ଚଳାଇଛନ୍ତି ।

Related posts

ସେପ୍ଟେମ୍ବର ୨୨ରେ ହେବ ବାଚସ୍ପତି ନିର୍ବାଚନ

mahabharatanews

ଡେଙ୍ଗୁ ଆତଙ୍କ ; ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୨୦୦୦  ପାର୍ 

mahabharatanews

ହୀରାକୁଦରେ ଜଳସ୍ତର ୬୦୩ ଫୁଟ ପାର,ଛତିଶଗଡ଼ ଖୋଲିଦେଲା ସବୁ ଗେଟ  

mahabharatanews