ଓଡିଶା

ଜବରଦଖଲ ଜମିକୁ ଉଚ୍ଛେଦ ନେଇ ଗ୍ରାମବାସୀଙ୍କ ଦାବି

(ଓମ୍ ପ୍ରକାଶ ମିଶ୍ର/ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ସାରସମାଲ ମୌଜାରେ ଥିବା ଗୋଚର ଜମିରୁ ଜବରଦଖଲ ଉଛେଦ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏପରିକି ଏ ସଂକ୍ରାନ୍ତରେ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ସମେତ ବନଖଣ୍ଡ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ଗ୍ରାମବାସୀ ଦେଇଥିବା ଲିଖିତ ଦାବିପତ୍ର ରୁ ପ୍ରକାଶ ଯେ ସାରସମାଲରୁ ବରପାଲି ଜଗନ୍ନାଥ ରାସ୍ତାର ଉଭୟ ପାର୍ଶ୍ବରେ ଥିବା କିଛି ଗୋଚର ଜମିରେ ଗଛ ଲଗାଇବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କିଛି ଖଳ ପ୍ରକୃତିର ଲୋକମାନେ ଜୋର ଜବରଦସ୍ତ କବଜା କରି ଗୄହ ନିର୍ମାଣ କରି ଚାଲିଥିବା ବେଳେ ଫଳରେ ପ୍ରତ୍ୟେକ ଦିନ ସେହି ଅଞ୍ଚଳରେ ଅଶାନ୍ତିର ବାତାବରଣ ବଢ଼ିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପୁର୍ବକ ଗୋଚର ଜମିରୁ ଜବରଦଖଲ ଉଛେଦ କରି ପୁନର୍ବାର ସେହି ଅଞ୍ଚଳକୁ ଜଙ୍ଗଲରେ ରୁପାନ୍ତରିତ କରିବାକୁ ସାରସମାଲ ଗ୍ରାମର କୄଷ୍ଣ ଚନ୍ଦ୍ର ବାରିକ, ଗୋବିନ୍ଦ ମହାକୁର, ନିତ୍ୟାନନ୍ଦ ପ୍ରଧାନ, ରଞ୍ଜନ ରାଉତ, ସୁଶାନ୍ତ ମାଝି, ନରୋତ୍ତମ ନାଏକ ପ୍ରମୁଖ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Related posts

ଭୀମକୁଣ୍ଡ ସ୍ବତୀଘାଟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

mahabharatanews

୨୪ ଘଣ୍ଟାରେ ରାଜ୍ୟରୁ ୧୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews