ଓଡିଶା

ଘର ଉପରେ ଡାଳ ପଡ଼ି ଛାତ ଓ କାନ୍ତ କ୍ଷତିଗ୍ରସ୍ତ

(ସତ୍ୟନାରାୟଣ ପାଲ/ମୟୁରଭଞ୍ଜ): ମୟୁରଭଞ୍ଜ ଜିଲ୍ଲାର ଵହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟି ପଞ୍ଚାୟତର ପାଟ୍ରାମହୁଲପାଣି ଗାଁର ବିଶ୍ୱଜିତ୍ ମହାନ୍ତିଙ୍କ ଘର ଉପରେ ଏକ ଗଛର ବିରାଟ ଡାଳ ଭାଙ୍ଗି ପଡି ଘର ଛାତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଘରର କାନ୍ତରେ ଫାଟ ସୃଷ୍ଟି ହୋଇଛି । ସୂଚନା ଯେ, ଗତକାଲି ଭୋରରୁ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡି ଘଣ୍ଟାଏରୁ ଅଧିକ ସମୟ ଧରି ଲାଗିରହିଥିଲା । ଏହି ସମୟରେ ଘର ପାଖରେ ଥିବା ଏକ ଗଛ ଉପରେ ଘଡଘଡି ପଡି ସେହି ଗଛର ଗୋଟିଏ ବଡ ଡାଳ ଭାଙ୍ଗିଥିଲା । ଉକ୍ତ ଡାଳର କିଛି ଅଂଶ ବିଶ୍ୱଜିତ ମହାନ୍ତିଙ୍କ ଘର ଉପରେ ପଡିଯାଇଥିବାରୁ ଘରର ଛାତ ଏବଂ କାନ୍ତ ଭାଙ୍ଗି ଯାଇଥିବା ଜଣାପଡିଛି । ତେବେ ଘରେ ସେହି ସମୟରେ କେହି ନଥିବାରୁ ସମସ୍ତେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଘରର ଟାଇଲ ଛପର ସହିତ ଘରର ଉରା ମଧ୍ୟ ଭାଙ୍ଗି ପଢିଥିବା ବେଳେ ଟାଇଲ୍ ର ଭଗ୍ନାଂଶ ବିଛଣାରେ ପଡିଥିବା ଦେଖିବାକୁ ମିଳିଛି । ଏ ନେଇ ଵହଳଦା ତହସିଲଦାର ଓ ଗିଦିଘାଟି ରାଜସ୍ୱ ନିରୀକ୍ଷକଙ୍କ ପାଖରେ ସହାୟତା ପ୍ରଦାନ କରିବା ଲାଗି ବିଶ୍ୱଜିତ ନିବେଦନ କରିଛନ୍ତି।

Related posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

mahabharatanews

ବଢୁଛି ହୀରାକୁଦ ଜଳସ୍ତର

mahabharatanews

ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews