ଓଡିଶା

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭବନେଶ୍ୱର : ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ଭୋର ୪ ଟାରୁ ଉପକୂଳ ଓଡ଼ିଶାରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ତୀବ୍ର ଓ ଅତି ତୀବ୍ର ବର୍ଷା ପ୍ରଭାବରେ ସାମୟିକ ଭାବେ ତଳିଆ ଅଂଚଳରେ ପାଣି ଜମିବା ସମ୍ଭାବନା ରହିଛି । ଅଣ୍ଡରପାସ୍ ରୋଡ୍ରେ ମଧ୍ୟ ବର୍ଷା ଜଳ ଜମିବା ସହ ଯାତାୟତରେ ସମସ୍ୟା ଉପୁଜିପାରେ ।
ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଜି ୭ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣଂ ଜାରି କରାଯାଇଛି । କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଣ୍ଡରପାସ ରୋଡ଼ରେ ବର୍ଷା ଜଳ ଜମିବା ସହ ଯାତାୟାତରେ ସମସ୍ୟା ଉପୁଜିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଖାଁଖାଁ ଦେଖିବାକୁ ମିଳୁଛି ।

Related posts

ଚାରୋଟି ବ୍ଲକରେ ବାର ଘଣ୍ଟିଆ ବନ୍ଦ ଡାକରା

mahabharatanews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିପ୍ପର ଡ୍ରାଇଭର ମୃତ

mahabharatanews

ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି ସମସ୍ୟା

mahabharatanews