ଓଡିଶା

୬୭ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଲା

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଆଜି ୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଛି । ତେବେ ସମସ୍ତ ୬୭ ସଂକ୍ରମିତଙ୍କ ତଥ୍ୟ ଆସିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟଚିହ୍ନଟ ହୋଇଥିବା ୬୭ ସଂକ୍ରମିତଙ୍କ ମଧ୍ୟରୁ ୬୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୪ ଜଣ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ୧୬ ଜଣ , କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ନୟାଗଡ ଜିଲ୍ଲାରୁ ୧୩ ଜଣ, ଗଞ୍ଜାମ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ଅନୁଗୋଳ ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୨ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ନୂଆପଡା ଜିଲ୍ଲାରୁ ଜଣେ ଏବଂ ଢେଙ୍କାନାଳ ଜିଲ୍ଲାରୁ ଜଣେ ରହିଛନ୍ତି । ତେବେ ଭୁବବନେଶ୍ବରରୁ ଚିହ୍ନଟ୍ ହୋଇଥିବା ଆକ୍ରାନ୍ତ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ହୋମ୍ କ୍ବାରେଣ୍ଟାଇନ୍ ଥିବା ସୂଚନା ମିଳିଛି । ସେହିପରି ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୧ଜଣ ସୁରଟ ଫେରିଥିବା ବେଳେ ୩ଜଣ ପଶ୍ଚିମବଙ୍ଗ ଫେରିଛନ୍ତି ଏବଂ ଜଣେ ତାମିଲନାଡ଼ୁରୁ ଫେରିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଜଣେ ସୁରଟ ଫେରନ୍ତା ହୋଇଥିବା ଜଣାପଡ଼ିଛି। ତେବେ ସମସ୍ତ ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟାରରେ ରହିଥିବା ଜଣାପଡିଛି। ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ମହାରାଷ୍ଟ୍ର ଫେରିଥିବା ବେଳେ ସୁରଟ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦିଲ୍ଲୀରୁ ଜଣେ ଲୋଖାଏଁ ଆକ୍ରାନ୍ତ ଫେରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ଜଣ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିବା ବେଳେ ତାମିଲାନାଡ଼ୁ ଓ ପଶ୍ଚିମବଙ୍ଗରୁ ଜଣେ ଲୋଖାଏଁ ଆକ୍ରାନ୍ତ ଫେରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ଜଣ ସଂକ୍ରମିତ ତେଲେଙ୍ଗାନା ଫେରିବା ପରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି । ମାଲକାନଗିରି ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ତାମିଲନାଡ଼ୁରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣାପଡିଛି । ଜଗସିଂହପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗୁଜରାଟରୁ ଫେରିଥିବା ସୂଚନା ଦିଆଯାଇଛି । ସେହିପରି ନୂଆପଡ଼ା ଜିଲ୍ଲା ପ୍ରଥମ କରି କରୋନା ଛୁଇଁଛି । ଜିଲ୍ଲାରୁ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତ ଜଣ କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରେ ଥିଲେ ସ୍ବାବ ଟେଷ୍ଟ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଢ଼େଙ୍କାନାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣ ସୁରଟ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରେ ରହିଥିଲେ। କନ୍ଧମାଳ ଜିଲ୍ଲାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହେବାପରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ହି ଦିନଠାରୁ ଖୋଲିବ ଲୋକ ଭବନ , ଜାଣନ୍ତୁ କପରି ଫ୍ରିରେ ସୁନ୍ଦର ପରିବେଶକୁ ଉପଭୋକ କରିବେ

mahabharatanews

ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା ; ବିଦ୍ୟୁତ୍‌ ଫାଶରେ ଗଲା ଜୀବନ 

mahabharatanews