Uncategorized

ଡ୍ରଗ୍ସ ଲିଙ୍କରେ ଯୋଡ଼ିହୋଇଛନ୍ତି ଦୀପିକା

ମୁମ୍ବାଇ: ବଲିଉଡ ସହ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ମାମଲାରେ ଯୋଡ଼ିହୋଇଛନ୍ତି ଦୀପିକା ପାଦୁକୋନ । ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କ ନାଁ ଆସିଥିଲା। ଏନସିବି ପକ୍ଷରୁ କୁହାଯାଇଛି ଯେ ଚଳିତ ସପ୍ତାହରେ ଶ୍ରଦ୍ଧା, ସାରା ଓ ଆଉ କେତେକଙ୍କୁ ପଚରାଉଚରା ପାଇଁ ସମନ ପଠାଯିବ । ଖୁବ୍‌ ଶୀଘ୍ର ଦୀପିକାଙ୍କୁ ମଧ୍ୟ ଏନସିବି ସମନ୍‌ ଜାରି କରିବ ।
ନିକଟରେ ଜୟ ସାହାଙ୍କ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ବାର୍ତ୍ତାଳାପ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଯାଞ୍ଚରେ ସାମ୍ନାକୁ ଆସିଛି। କରିସ୍ମାଙ୍କୁ ଦୀପିକା ଚାଟରେ ପଚାରିଛନ୍ତି- ‘ମାଲ୍‌ ଅଛି କି ? କରିସ୍କା ଉତ୍ତରରେ କହିଥିଲେ ହଁ । କିନ୍ତୁ ଘରେ ଅଛି, ମୁଁ ଏବେ ବାନ୍ଦ୍ରାରେ ଏଥିରେ କରିସ୍ମା କୌଣସି ଜଣେ ବ୍ୟକ୍ତି ଅମିତଙ୍କ ନାଁ ନେଇଥିଲେ ଏବଂ ତାଙ୍କୁ ପଚାରିବେବୋଲି କହିଥିଲେ। ପୁଣି ଦୀପିକା କହିଛନ୍ତି- ହଁ ପ୍ଳିଜ୍‌। କରିସ୍ମା ତାଙ୍କ ଉତ୍ତରରେ ପୁଣି କହିଥିଲେ- ଅମିତ ପାଖରେ ଅଛି, ଯଦି କହିବ ଅମିତ ନେଇକି ଯିବ। ଏଥିରେ ଦୀପିକା ପଚାରିଛନ୍ତି- ହାସ ନାଁ ଓ୍ବିଡ୍‌ ? ଏହି ଚାଟ ହେଉଛି ୨୦୧୭ ମସିହା ଅକ୍ଟୋବର ମାସର ।
ଏନସିବି ଅଧିକାରୀଙ୍କ କହିବାନୁଯାୟୀ, ଜୟା ଶାହା ଏବଂ କରିସ୍ମାଙ୍କ ମଧ୍ୟରେ ଡ୍ରଗ୍ସ ସମ୍ପର୍କରେ କିଛି ଚାଟ୍ ଦେଖିବାକୁ ମିଳିଛି। ଦୀପିକାଙ୍କ ନାଁ ସମେତ ବଲିଉଡର ଅନେକ ବଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ କେଡବ୍ଲୁଏଏନ କମ୍ପାନୀ ସମ୍ପର୍କରେ ଅଛନ୍ତି।

Related posts

ପ୍ରକୃତି ଛାଡୁନି ଚୀନ: ଭାରତକୁ ଯୋଗାଇଛି ନିମ୍ନମାନର ପିପିଇ କିଟ୍

mahabharatanews

ବହିଷ୍କୃତ ନେତାଙ୍କୁ ନେଇ ଦଳ ଗଢିବେ ଅଲତାଫ

mahabharatanews

ମଶା ଦାଉରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କୋଲଡ୍ରିଙ୍କ୍ ବୋତଲ

mahabharatanews