Uncategorized

ଆଫଗାନରେ ଝିଅଙ୍କୁ ପଢାଇପାରିବେ ନାହିଁ ପୁରୁଷ ଶିକ୍ଷକ

କାବୁଲ: ତାଲିବାନ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ପ୍ରଥମେ କହିଲା ସମସ୍ତ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଚାଲୁ । ମହିଳାଙ୍କୁ ନିର୍ଭୟ ପ୍ରଦାନ କରି କାର୍ଯ୍ୟରେ ଯୋଗ ଦେବାକୁ ପାଇଁ କୁହାଯାଇଥିଲା । ଏହାକୁ ନେଇ ବିଶ୍ୱ ଭାବୁଥିଲା ତାଲିବାନ ତାର ବ୍ୟବହାରରେ ପରିବର୍ତ୍ତନ ଆଣିଛି । କିନ୍ତୁ ତାଲିବାନ ସୋମବାର ଶିକ୍ଷା ବ୍ୟବସ୍ଥାକୁ ନେଇ ଯେଉଁ ଘୋଷଣା କରିଛି ତାହା ତାଲିବାନର କଟ୍ଟରପତ୍ନୀ ନୀତିକୁ ପରିପ୍ରକାଶ କରୁଛି । ତାଲିବାନର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶେଖ ଅବଦୁଲ ବକି ହକ୍କାନୀ କହିଛନ୍ତି, ଦେଶରେ ଛାତ୍ରୀମାନଙ୍କୁ ପୁରୁଷ ଶିକ୍ଷକ ପଢାଇ ପାରିବେ ନାହିଁ।ଶିକ୍ଷା ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବାର ଗୋଟିଏ ଦିନ ପରେ ଶେଖ ଅବଦୁଲ ବକି ହକ୍କାନୀ ଏହି ଘୋଷଣା କରିଛନ୍ତି ।
ତାଲିବାନର ନୂଆ ଘୋଷଣା ଅନୁଯାୟୀ,ସରିଆ ଲ ଅନୁଯାୟୀ ସମସ୍ତ ଶିକ୍ଷା ଗତିବିଧି ପରିଚାଳିତ ହେବ । ଲୋୟା ଜିରଗାରେ ସମବେତ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି ହକ୍କାନୀ ଆଶ୍ଵାସନା ଦେଇଛନ୍ତି ଯେ, ଆଫଗାନିସ୍ତାନର ଶିକ୍ଷାର ବିକାଶ ପାଇଁ ତାଲିବାନ ପ୍ରୟାସ କରିବ।
ହକ୍କାନୀ ଦେଶର ବର୍ତ୍ତମାନ ଶିକ୍ଷା ପ୍ରଣାଳୀକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଇସଲାମିକ ନିୟମକୁ ଲାଗୁ କରିବାରେ ବିଫଳ ହୋଇଛି। ଇସଲାମକୁ ବିରୋଧ କରୁଥିବା ସମସ୍ତ କାର୍ୟ୍ୟକୁ ଶିକ୍ଷା ପ୍ରଣାଳୀରୁ ହଟାଇ ଦିଆଯିବ। ଗତ ସପ୍ତାହରେ ତାଲିବାନ ହେରାତ ପ୍ରାନ୍ତରେ ବିଶ୍ଵ ବିଦ୍ୟାଳୟରେ ସମାନ କକ୍ଷରେ ପୁଅମାନଙ୍କ ସହ ଝିଅ ବସି ପଢି ପାରିବେ ନାହିଁ ବୋଲି ଘୋଷଣା କରିଥିଲା। ଦେଶରେ ସହ ଶିକ୍ଷା ଜାରି ରଖାଯିବାର କୌଣସି ଯଥାର୍ଥତା ନାହିଁ।

 

Related posts

ନୌସେନ।ର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ

mahabharatanews

ଆଫଗାନିସ୍ତାନ ଛାଡ଼ିଲା ଆମେରିକା

mahabharatanews

କରୋନା ଟୀକା ତଥ୍ୟ ଚୋରାଉଛି ଚୀନ: ଆମେରିକା

mahabharatanews