ଅପରାଧ

ରାଜଧାନୀରେ ନକଲି କାରଖାନା ଠାବ

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ଏକ ନକଲି ମୋବିଲ କାରଖାନା ଉପରେ ଚଢାଉ କରିଛି ପୁଲିସ । କମିଶନରେଟ ପୁଲିସର ମଞ୍ଚେଶ୍ୱର ଥାନା ପୁଲିସ ଆଜି ଥାନା ଅଧୀନ ସମେଇଗାଡିଆ ଅଞ୍ଚଳରେ ଚାଲିଥିବା ଏକ ନକଲି ମୋବିଲ କାରଖାନା ଉପରେ ଚଢାଉ କରିଛି । ଏହି ଚଢାଉରେ ନକଲି ମୋବିଲ ତିଆରି ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଓ ମୋବିଲ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ପୁଲିସ କୌଣସି ସ୍ପଷ୍ଟକରଣ ଦେଉନାହିଁ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମଞ୍ଚେଶ୍ୱର ଥାନା ଅଧୀନ ସମେଇଗାଡିଆ ଅଞ୍ଚଳରେ ଦୀର୍ଘ ଦିନରୁ ଏକ ନକଲି ମୋବିଲ କାରଖାନା ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଆଜି ମଞ୍ଚେଶ୍ୱର ଥାନା ପୁଲିସ ଅଚାନକ କାରଖାନା ଉପରେ ଚଢାଉ କରିଥିଲା ଓ କାରଖାନାରୁ ନକଲି ମୋବିଲ ସହ ମୋବିଲ ପ୍ରସ୍ତୁତରେ ବ୍ୟବହୃତ ଯନ୍ତ୍ରାଂଶ ଜବତ କରିଥିବା ସୂଚନା ମିଳିଛି । କିନ୍ତୁ ଏନେଇ ପୁଲିସ ସହ ଯୋଗାଯୋଗ କରାଯିବାରୁ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ଗଣମାଧ୍ୟମକୁ ସୂଚନା ଦେବାକୁ ପୁଲିସର ପଛଘୁଞ୍ଚାକୁ ନେଇ ଚର୍ଚ୍ଚା ହେଉଛି କି ପୁଲିସ ଘଟଣାକୁ ସାର୍ବଜନୀନ ନ କରି କିଛି ଭିତିରିଆ ନେଇ ରଫାଦଫା କରିବା ଚକ୍କରରେ ରହିଛି । କାରଣ, ଏହି ଅଞ୍ଚଳରେ ଏହିପରି ବହୁ ନକଲି କାରଖାନା ଚାଲୁଥିବା ବେଳେ ମଧ୍ୟ ପୁଲିସ କିଛି ଜାଣୁନାହିଁ,ଅଥବା ଭିତିରିଆ ନେଇ ଚୁପ ବସୁଛି ।

Related posts

କାର୍ ଧକ୍କାରେ ଚାଲିଗଲା ଯବାନଙ୍କ ଜୀବନ, ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କଲା ପୋଲିସ

mahabharatanews

ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews

କଚ୍ଚ ଉପକୂଳରୁ ୩୬ ଲକ୍ଷ ଟଙ୍କାର ଚରସ ଜବତ

mahabharatanews