ଅପରାଧ

ଅଭିନେତା ଆସିଫ ବସ୍ରାଙ୍କ ଆତ୍ମହତ୍ୟା

ଧରମଶାଳା: ହିନ୍ଦୀ ଫିଲ୍ମ ଅଭିନେତା ଆସିଫ ବସରା ଗୁରୁବାର ଦିନ ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାର ଜୋଗିବାଡା ରୋଡ୍ ସ୍ଥିତ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡିନଥିବା କାଙ୍ଗଡା ଏସପି ବିମୁକ୍ତ ରଞ୍ଜନ କହିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଓ ମାମଲାର ତଦନ୍ତ ଆରମ୍ଭ କରିଛି।
ଆସିଫ ଜଣେ ବିଦେଶୀ ମହିଳା ବାନ୍ଧବୀଙ୍କ ସହ ଗତ ୫ ବର୍ଷ ହେଲା ମ୍ୟାକ୍ଲେଡଗଞ୍ଜରେ ଏକ ଭଡା ଘରେ ରହୁଥିଲେ । ଗୁରୁବାର ଅପରାହ୍ନ ସମୟରେ ସେ ନିଜ ପୋଷା କୁକୁରକୁ ବୁଲେଇବାକୁ ନେଇଯାଇଥିଲେ। ଏହାପରେ ଘରକୁ ଫେରି ପୋଷା କୁକୁରର ବେଲ୍ଟରେ ଆତ୍ମହତ୍ୟା କରିଛନ୍ତି। ସେ ବଲିଉଡରେ ଏକାଧିକ ହିନ୍ଦୀ ଚଳଚିତ୍ରରେ ନଜର ଆସିଛନ୍ତି । ତାଙ୍କ ଅଭିନିତ ଫିଲ୍ମ ମଧ୍ୟରେ ରହିଛି ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ, ଜବ ଉଇ ମେଟ, କାଇ ପୋ ଚେ ।

 

Related posts

ରାସ୍ତାରେ ଶୋଇ ଥିବା ଷଣ୍ଢ ପଲଙ୍କୁ ଚାପି ଦେଲା ହାଇଓ୍ଵା, ଉତ୍ୟକ୍ତ ଲୋକେ ଜାଳିଦେଲେ ହାଇଓ୍ବା

mahabharatanews

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ଼, ୩ ଅଟକ

mahabharatanews

ଚାକିରି ଦେବା ନାଁରେ ଠକେଇ; ଶିକ୍ଷୟିତ୍ରୀ ଗିରଫ

mahabharatanews