ଓଡିଶା

ବର୍ଷା, ଅନୁଭବ ପାରିବାରିକ କଳିର ପରବର୍ତ୍ତୀ ଶୁଣାଣି ଡିସେମ୍ବରରେ 

କଟକ: ପାରିବାରିକ ହିଂସା ମାମଲାରେ ଆଜି ସାଂସଦ ଅନୁଭବ ମହାନ୍ତି କଟକ ଏସଡିଜେଏମ କୋର୍ଟରୁ ସମୟ ମାଗିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଦ୍ୱାରା ଦାୟର ମାମଲାରେ ଆଜି ଅନୁଭବଙ୍କ ଓକିଲ କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି । ଏନେଇ କୋର୍ଟ ଡିସେମ୍ବର ୧୮ ତାରିଖକୁ ଶୁଣାଣିର ତାରିଖ ଧାର୍ଯ୍ୟ କରିଛନ୍ତି ।
ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ଅନୁଭବଙ୍କ ନାମରେ ଏସଡିଏମ କୋର୍ଟରେ ଏକ ପାରିବାରିକ ହିଂସା ମାମଲା ଦାୟର କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ । ଏଥିସହ ବର୍ଷା ଅନୁଭବଙ୍କଠାରୁ ନିଜର ଭରଣପୋଷଣ ପାଇଁ ମଧ୍ୟ କୋର୍ଟରେ ଦାବି କରିଥିଲେ । ଏହି ମାମଲାରେ ସାଂସଦ ଅନୁଭବଙ୍କୁ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Related posts

ଜଳିଗଲା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

mahabharatanews

ଗରିବଙ୍କୁ ସହଯୋଗର ହାତ ବଢ଼ାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫରମେସନ

mahabharatanews

୧୦ ବାଇକ୍ ଜବତକଲା ବଡଚଣ। ପୁଲିସ

mahabharatanews