ଓଡିଶା

ଇନସ୍ପେକ୍ଟରଙ୍କୁ ପୁନଃ ତାଲିମ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଇନସ୍ପେକ୍ଟରଙ୍କୁ ପୁନଃ ତାଲିମ ପାଇଁ ପଠାଇବା ସହ କୌଣସି ଥାନାକୁ ପୋଷ୍ଟିଂ ନ ଦେବାକୁ ଓ ଫିଲ୍ଡକୁ ନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଅଭିଯୁକ୍ତଙ୍କ ପ୍ରତି କିପରି ବ୍ୟବହାର କରିବାକୁ ହୁଏ ତାହା ତାଙ୍କୁ ତାଲିମ ଦେବାକୁ ମଧ୍ୟ କମିଶନ କହିଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ପାଇଁ ରାଜ୍ୟ ସରକାରଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।
ସଂଧ୍ୟାରାଣୀ ଗତ ମେ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ ମାଡ ମାରିବା ସହ ଚାପୁଡା ଗୋଇଠା ମାରିବାର ଭିଡିଓ ସେତେବେଳେ ଭାଇରାଲ ହୋଇଥିଲା ଓ ଏହାକୁ ନେଇ ରାଜ୍ୟରେ ପୁଲିସ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହା ପରେ ଡିଜି ପୁଲିସ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ଏହି ଘଟଣାରେ ପୂର୍ବରୁ ଓଏଚଆରସି ପୀଡ଼ିତଙ୍କୁ ୧୦ ହଜାର କ୍ଷତିପୂରଣ ଆଇଆଇସିଙ୍କ ଦରମାରୁ କାଟିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

 

Related posts

ପୋଖରିରେ ବାପା ଝିଅଙ୍କ ସଲିଳ ସମାଧି

mahabharatanews

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପ୍ରଶିକ୍ଷଣ କର୍ମଶାଳା

mahabharatanews