ଅପରାଧ

ରାଜ୍ୟରୁ ନିଶା ଦ୍ରବ୍ୟ ଜବତ

ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ଉପରେ ରୋକ ଲଗାଇବାକୁ ରାଜ୍ୟ ପୁଲିସ ଅଣ୍ଟା ଭିଡିଛି । ଗତ କିଛି ମାସ ହେବ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ନିଶା ସାମଗ୍ରୀ ଜବତ ହେଉଛି । କିନ୍ତୁ ଏହା ଉପରେ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିପାରିବା ପରି ମନେ ହେଉ ନାହିଁ । ରାଜ୍ୟରେ ପୁଣି ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି ପୁଲିସ । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ।
କୋରାପୁଟ ଜିଲ୍ଲା ଗୁନେଇଁପଡା ଶିବ ମନ୍ଦିର ଛକରୁ ଟ୍ରକ ସହ ୩୨୨ କେଜି ଗଞ୍ଜେଇ ଜବତ ହୋଇଛି । ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ପ।ଟ୍ରୋଲିଂ ବେଳେ ଏହି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଉଭୟ ରାୟପୁର ବାସିନ୍ଦା ବୋଲି ପୁଲିସ ଠାରୁ ସୂଚନା ମିଳିଛି।
ସେହିପରି ବାଲେଶ୍ୱର ଜିଲ୍ଲା ହାଟ ଛକରୁ ୬୮ ଗ୍ରାମ ବ୍ରାଉନସୁଗାର ଓ ନଗଦ ୩ ଲକ୍ଷ ୨୨ ହଜାର ଟଙ୍କା ଜବତ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

Related posts

୧୨ ବସ୍ତା ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ

mahabharatanews

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

mahabharatanews

ଯୁବତୀଙ୍କୁ ଗଣବଳାତ୍କାର ପରେ ପୋଡିବାକୁ ଉଦ୍ୟମ, ପୀଡିତା ଗୁରୁତର

mahabharatanews