ଓଡିଶା

 ଗତ ୨୪ ଘଣ୍ଟାରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦ ଜିଲାରୁ ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୯୯ ଓ ସ୍ଥାନୀୟ ଅଞ୍ଚଳରୁ ୩୬୯ ରହିଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୭କୁ ବୃଦ୍ଧି ପାଇଛି। ଏ ପର୍ୟ୍ୟନ୍ତ ୫୪ ଲକ୍ଷ ୨୪ ହଜାର ୭୬୧ଟି କରୋନା ନମୁନା ପରୀକ୍ଷା ହୋଇସାରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
ସୁନ୍ଦରଗଡରୁ ସର୍ବାଧିକ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪, ଅନୁଗୁଳରୁ ୫୪, ନୂଆପଡା ଓ ମୟୁରଭଞ୍ଜରୁ ୪୬ ଜଣ ଲେଖାଏଁ, ଜଗତସିଂହପୁରରୁ ୪୪, କେନ୍ଦୁଝରରୁ ୩୯, କେନ୍ଦ୍ରାପଡ଼ାରୁ ୩୫, ବଲାଙ୍ଗୀରରୁ ୩୪, ଯାଜପୁରରୁ ୩୧, ପୁରୀରୁ ୨୮, ବରଗଡ଼ ଓ ଝାରସୁଗୁଡ଼ାରୁ ୨୧ ଜଣ ଲେଖାଏଁ, କଳାହାଣ୍ଡିରୁ ୨୦, ବାଲେଶ୍ୱର, ସମ୍ବଲପୁର ଓ ଢେଙ୍କାନାଳରୁ ୧୮ ଜଣ ଲେଖାଏଁ, ଭଦ୍ରକରୁ ୧୩, କୋରାପୁଟ ଓ ମାଲକାନଗିରିରୁ ୧୨ ଜଣ ଲେଖାଏଁ, ଗଂଜାମରୁ ୧୧, ଦେଓଗଡ଼ ଓ ରାୟଗଡ଼ାରୁ ୭ ଜଣ ଲେଖାଏଁ, କନ୍ଧମାଳ ଓ ସୋନପୁରରୁ ୬ ଜଣ ଲେଖାଏଁ, ଗଜପତି ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ବୌଦ୍ଧରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ୨୪ ଘଣ୍ଟା ମଧ୍ୟରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୭ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ଭଦ୍ରକ, କଟକ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡା, ନୟାଗଡ, ରାୟଗଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Related posts

ଜଳମୟ ଭୁବନେଶ୍ୱର

mahabharatanews

କଟକଣାରୁ ଓହରିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ବିଏମସି

mahabharatanews

ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ

mahabharatanews