ଓଡିଶା

 ୩୦ ଲକ୍ଷ ଟଙ୍କା ସହ ଜଣେ ଅଟକ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟ।।ଣ୍ଡରୁ ଜଣେ ଯୁବକଙ୍କୁ ୩୦ ଲକ୍ଷ ଟଙ୍କା ସହ ପୁଲିସ ଅଟକ ରଖିଛି । ଯୁବକ ଜଣକ ଏକ ଅଖାରେ ୩୦ ଲକ୍ଷ ନଗଦ ଟଙ୍କା ସହ ତୋଫାନ ପେଟ୍ରୋଲ ପମ୍ପ ନିକଟରେ ବସକୁ ଅପେକ୍ଷା କରିଥିବା ବେଳେ ଖଣ୍ଡଗିରି ପୁଲିସର ନଜର ତାଙ୍କ ଉପରେ ପଡିଥିଲା । ତାଙ୍କ ବ୍ୟବହାରରେ ପୁଲିସକୁ ସନ୍ଦେହ ହେବାରୁ ତାଙ୍କ ଯାଞ୍ଚ କରିବା ବେଳେ ପୁଲିସକୁ ଅଖାରୁ ଟଙ୍କା ମିଳିଥିଲା । ପୁଲିସ ତାଙ୍କୁ ଖଣ୍ଡଗିରି ଥାନାକୁ ନେଇ ଅଟକ ରଖି ଟଙ୍କା ଗଣିବା ପରେ ଅଖାରେ ୩୦ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା । ଏତେ ପରିମାଣର ଟଙ୍କା କୋଉଠୁ ଆସିଲା ସେ ନେଇ ପୁଲିସ ପଚରାଉଚରା କରୁଛି ।

SR

Related posts

ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା

mahabharatanews

ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଲେ ପ୍ରଭାତ ସିଂହ

mahabharatanews

ବ୍ୟାପକ ବର୍ଷାରେ ଫସଲହାନୀର କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews