ଓଡିଶା

 ୩୦ ଲକ୍ଷ ଟଙ୍କା ସହ ଜଣେ ଅଟକ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟ।।ଣ୍ଡରୁ ଜଣେ ଯୁବକଙ୍କୁ ୩୦ ଲକ୍ଷ ଟଙ୍କା ସହ ପୁଲିସ ଅଟକ ରଖିଛି । ଯୁବକ ଜଣକ ଏକ ଅଖାରେ ୩୦ ଲକ୍ଷ ନଗଦ ଟଙ୍କା ସହ ତୋଫାନ ପେଟ୍ରୋଲ ପମ୍ପ ନିକଟରେ ବସକୁ ଅପେକ୍ଷା କରିଥିବା ବେଳେ ଖଣ୍ଡଗିରି ପୁଲିସର ନଜର ତାଙ୍କ ଉପରେ ପଡିଥିଲା । ତାଙ୍କ ବ୍ୟବହାରରେ ପୁଲିସକୁ ସନ୍ଦେହ ହେବାରୁ ତାଙ୍କ ଯାଞ୍ଚ କରିବା ବେଳେ ପୁଲିସକୁ ଅଖାରୁ ଟଙ୍କା ମିଳିଥିଲା । ପୁଲିସ ତାଙ୍କୁ ଖଣ୍ଡଗିରି ଥାନାକୁ ନେଇ ଅଟକ ରଖି ଟଙ୍କା ଗଣିବା ପରେ ଅଖାରେ ୩୦ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା । ଏତେ ପରିମାଣର ଟଙ୍କା କୋଉଠୁ ଆସିଲା ସେ ନେଇ ପୁଲିସ ପଚରାଉଚରା କରୁଛି ।

SR

Related posts

ଆଳୁ ଗୋଦାମର ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

mahabharatanews

ବେଆଇନ୍ ବାଲି ଚାଲାଣ: ୯ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

mahabharatanews

ଆଶା, ଅଙ୍ଗନଓ୍ୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା: ମୃତ୍ୟୁ ହେଲେ ପରିବାରକୁ ମିଳିବ ୬୦ ପର୍ଯ୍ୟନ୍ତ ଭତ୍ତା

mahabharatanews