ରାଜନୀତି

ଖୁବ ଶୀଘ୍ର ରଜନୀକାନ୍ତ ଘୋଷଣା କରିବେ ତାଙ୍କ ଦଳ

ଚେନ୍ନାଇ: ଆସନ୍ତାବର୍ଷ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି।

ରଜନୀକାନ୍ତ ସ୍ବଚ୍ଛ ରାଜନୀତିର ଭରସା ଦେଇ କହିଛନ୍ତି ଯେ, ତାଙ୍କ ପାର୍ଟି ୨୦୨୧ରେ ବିଧାନସଭା ନିର୍ବାଚନ ଲଢ଼ିବ ଏବଂ ବିଜୟୀ ହେବ। ଲୋକଙ୍କ ପ୍ରବଳ ସମର୍ଥନ ସହିତ ତାଙ୍କ ଦଳ ନିର୍ବାଚନରେ ବିଜୟୀ ହେବାରେ ସକ୍ଷମ ହେବ ବୋଲି ରଜନୀ କହିଛନ୍ତି। ୬୯ ବର୍ଷୀୟ ରଜନୀକାନ୍ତ ଟ୍ବିଟ୍‌ କରି କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ନିଶ୍ଚିତ ରୂପେ ସ୍ବଚ୍ଛ ରାଜନୀତିର ଉଦୟ ହେବ। ପାର୍ଟିର ଶୁଭାରମ୍ଭ ବିଷୟରେ ଡିସେମ୍ବର ୩୧ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଗତ ସୋମବାର ସେ ନିଜ ସମର୍ଥକମାନଙ୍କ ସହିତ ଏକ ବୈଠକରେ ବିଚାରବିମର୍ଶ କରିଥିଲେ।

 

Related posts

ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

mahabharatanews

ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା

mahabharatanews

ଧାମନଗର ଉପର୍ନିବାଚନ: ଆସିଲା ଏକଦଶ ରାଉଣ୍ଡ ଫଳାଫଳ

mahabharatanews