Uncategorized

ଭାରତ ମହାସାଗରରେ ଚୀନର ଯୁଦ୍ଧ ଜାହାଜ ମୁତୟନ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ପୂର୍ବବତ୍ ବଳବତ୍ତର ରହିଛି । ଏହାକୁ ନେଇ ଚୀନ ସୀମାନ୍ତ ଜଳଭାବ ଓ ସ୍ଥଳଭାଗରେ ତାର ସେନା ଓ ଯୁଦ୍ଧ ଜାହାଜ ମୁତୟନରେ ଲାଗି ପଡିଛି । ଭାରତ ମହାସାଗରରେ ଚୀନ ଗୁଇନ୍ଦା ଜାହାଜ ଓ ଯୁଦ୍ଧ ଜାହାଜ ମୁତୟନ ହେବାରେ ଲାଗିଛି । ମାଛଧରିବା ବାହାନାରେ ମଧ୍ୟ ବହୁ ଜାହାଜ ଭାରତ ମହାସାଗରରେ ଲକ୍ଷ୍ୟ କରାଯାଉଛି। ଏଗୁଡ଼ିକ ପାକିସ୍ତାନକୁ ଯା’ଆସ କରୁଛନ୍ତି। ଗବେଷଣା ନାମରେ ମଧ୍ୟ କେତେକ ଜାହାଜ ଏହି ଜଳରାଶିରେ ନିୟମିତ ବିଚରଣ କରୁଥିବା ଦେଖିବାକୁ ମିଳୁଛି।
ସମ୍ପ୍ରତି ଏଭଳି ତିନିଟି ଜାହାଜ ବିଚରଣ କରୁଥିବା ଜଣାପଡ଼ିଛି। ପାକିସ୍ତାନକୁ ପ୍ରତି ବର୍ଷ ଶହେରୁ ଅଧିକ ଜାହାଜ ଭାରତ ମହାସାଗର ଦେଇ ଯାତ୍ରା କରୁଥିବାବେଳେ ଏହି ସଂଖ୍ୟା ଏବେ ୩୦୦ରୁ ୪୫୦ରେ ପହଞ୍ଚିଥିବା ଲକ୍ଷ୍ୟ କରାଯାଉଛି। ଏଗୁଡ଼ିକ ସମ୍ପୂର୍ଣ୍ଣ ବେଆଇନ ଭାବେ ଚଳାଚଳ କରୁଛି। ଗତ ଚାରି ବର୍ଷ ମଧ୍ୟରେ ଏଭଳି ଜାହାଜ ସଂଖ୍ୟା ବୃଦ୍ଧି ପାଇଛି। ଆରବସାଗରରେ ମାଛଧରା ବନ୍ଦ ହେବା ପରେ ଏଗୁଡ଼ିକ ସେପ୍ଟେମ୍ବର ଓ ଅକ୍ଟୋବରରେ ଭାରତ ମହାସାଗରକୁ ଚାଲିଆସୁଛନ୍ତି। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।

SR

Related posts

କୋରୋନା ଭୂତାଣୁ ସଂକ୍ରମଣରେ କେରଳ ଆଗରେ

mahabharatanews

ତାହିର ହୁସେନଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଦଳ

mahabharatanews

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗୁଛି ବିଏମସି

mahabharatanews