ଓଡିଶା

ଭୋଟର ତାଲିକା ସଂଶୋଧନ୨୦୨୧ ଅନୁଷ୍ଠିତ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଭୋଟର ତାଲିକା ସଂଶୋଧନ ୨୦୨୧ ମସିହା ନିମନ୍ତେ ଏକ ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ୫ ଏବଂ ୬ ଦିନ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହେବ । ଏହି ଦିନ ସମସ୍ତ ବିଏଲଓ ଓ ସୁପରଭାଇଜର ମାନେ ନିଜ ନିଜ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରୀ ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ହେବାକୁ ଯାଉଛି ସେମାଙ୍କୁ ଏହି ତାଲିକାରେ ନୂଆ ଭୋଟର ଭାବେ ଯୋଡ଼ା ହେବ । www.nvsp.in ୱେବ୍ସାଇଟକୁ ଯାଇ ଅବଶ୍ୟକତା ଅନୁଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି ଅନ ଲାଇନ ରେ ଆବେଦନ କରିପାରିବେ । ଫର୍ମ -୬ ଏବଂ ଫର୍ମ-୬ (କ) ଯଥାକ୍ରମେ ଭୋଟର ତାଲିକାରେ ନାମ ପୁଞ୍ଜୀକରଣ କରିବା ପାଇଁ ଆବେଦନ ଏବଂ ପ୍ରବାସୀ ଭୋଟର ତାଲିକାରେ ଆବେଦନ କରିପାରିବେ ଜ୍ଝଫର୍ମ -୭ ରେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହେବାକୁ ବିରୋଧ କିମ୍ବା ବାଦ କରିବା ପାଇଁ ଆବେଦନ କରିପାରିବେ । ଫର୍ମ-୮ ରେ ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ଆବେଦନ କରିପାରିବେ । ଫର୍ମ-୮(କ ) ରେ ଭୋଟର ତାଲିକାରେ ନାମ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିପାରିବେ । ଏହା ଛଡା କିପରି ଅଧିକରୁ ଅଧିକ ମହିଳା ସାମ୍ବିଧାନିକ ପ୍ରକ୍ରିୟାରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରତିନିଧି ମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ପରେ ଉପଜିଲ୍ଲାପାଳ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଇ. ଆର. ଓ ମାନଙ୍କ ସହ ଭୋଟର ତାଲିକା ସଂଶୋଧନ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ରାଜନୈତିକ ଦଳ ପକ୍ଷରୁ ପ୍ରତିନିଧିଭାବେ ବିଜେଡିରୁ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବିଜେପିରୁ ସନ୍ତୋଷ କୁମାର ତିଆଡ଼ି, ବିଜେପି ସୋରଡ଼ାରୁ ରାଜେନ୍ଦ୍ର କୁମାର ରାଉତ, କଂଗ୍ରେସରୁ ସନ୍ତୋଷ କୁମାର ଉପସ୍ଥିତ ଥିଲେ ।

Related posts

ଅଧିକ ବସ ଭଡା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ରଥଯାତ୍ରା ବନ୍ଦ ବେଳେ ଉଦଳା ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା

mahabharatanews

ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ଘର ବାହୁଡା ପାଇଁ ବନ୍ଦେ ଭାରତ ମିଶନ

mahabharatanews