ଓଡିଶା

ଶେଷ ହୋଇଛି ଦ୍ୱିତୀୟ ଦିନର ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ

ଶେଷ ହୋଇଛି କାଳିଆ ସାଆନ୍ତଙ୍କ ଦ୍ୱିତୀୟ ଦିନର ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ଥିବା ମଣି ମାଣିକ୍ୟକୁ ଚିହ୍ନଟ କରୁଛନ୍ତି ରତ୍ନ ବିଶାରଦ ବା ଜେମୋଲୋଜିଷ୍ଟ । ରତ୍ନ ଅଳଙ୍କାରର ମୂଲ୍ୟାଙ୍କନ ନହୋଇ କେବଳ ଓଜନ ମାପ ହେଉଛି । ଆRò ତୃତୀୟ ଦିନରେ ଜାରି ରହିବ ଗଣତି କାର୍ଯ୍ୟ। ଗତ ମାର୍ଚ୍ଚ 25 ତାରିଖରେ ଚଳନ୍ତି ଭଣ୍ଡାର ରତ୍ନ ଅଳଙ୍କାର ଗଣତି ଶେଷ ହେବାପରେ ଏପ୍ରିଲ 8 ତାରିଖ ଠାରୁ ଆରମ୍ଭ ହୋଇଛି ବାହାର ଭଣ୍ଡାର ଗଣତି କାର୍ଯ୍ୟ। ଦ୍ୱିତୀୟ ଦିନରେ ପୂର୍ବ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ସକାଳ ଧୂପ ପରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା।

ଗଣତି ସମୟରେ ବାହାର କାଠରୁ ମହାପ୍ରଭୁଙ୍କ ସାନିଧ୍ୟ ନେଇଛନ୍ତି ଭକ୍ତ ଶ୍ରଦ୍ଧାଳୁ। ନୀତିକାନ୍ତିକୁ ପ୍ରଭାବିତ ନ କରିବା ଭଳି ହୋଇଛି ବ୍ୟବସ୍ଥା । ଚଳନ୍ତି ଭଣ୍ଡାର ଓ ବାହାର ଭଣ୍ଡାର ଗଣତି କାର୍ଯ୍ୟ ଶେଷ ପରେ ମଣତି କରି ଭଣ୍ଡାର ମେକାପଙ୍କୁ ଦିଆଯାଇଛି । ଭିତର ଭଣ୍ଡାରରେ କିନ୍ତୁ ଗୋଟି ଗୋଟି ଅଳଙ୍କାର ର ,ଗଣତି ମଣତି, 1978 ମସିହା ସହ ମେଳକ କାର୍ଯ୍ୟ ହେବ ।ଦ୍ୱିତୀୟ ଦିନ ଶେଷ ସୁଦ୍ଧା ପ୍ରାୟ  ବାହାର ଭଣ୍ଡାରର ପ୍ରାୟ 40 ଶତକଡା ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ଶେଷ ହୋଇଛି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ।

Related posts

କରୋନାରେ ଶିକ୍ଷକଙ୍କ ମୃତ୍ୟୁ

mahabharatanews

ଜାଇକୋଭ୍-ଡି ଟିକାକୁ ସବୁଜ ସଂକେତ

mahabharatanews

ସାମ୍ଭାବ୍ୟ ବାତ୍ୟା; ମତ୍ସଜୀବୀଙ୍କୁ ସମୁଦ୍ର ମନା 

mahabharatanews