ଅପରାଧ

ସନ୍ଦିଗ୍ଧ ଯୁବକଙ୍କୁ ବାନ୍ଧିଲା ପୋଲିସ

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଳି ରାଖାସାହିର ନବିନ ପରିଡାଙ୍କ ଘରେ ଗତ୨୫-୧୧-୨୦୨୦ ତାରିଖ ଦିନ ପଶି ଜନୈକ ଚୋର ଚୋରୀ କରିବାକୁ ଉଦ୍ୟମ କରୁଥିବା ସିସିଟିଭି କ୍ୟାମେରାରେ କୟଦ ହୋଇଥିଲା ।ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ୧୫୫/୨୦ ମାମଲା କେଶ ରୁଜୁ କରିଥିଲେ ।ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଏମଆର ରାଠୋର କେଶଟିକୁ ଗୁରୁତର ନେଇ ଛାନଭିନ କରିଥିଲେ ।ପରେ ତଦନ୍ତ କରି ରଖାସାହିରେ ସମରା ମୁର୍ମୁକୁ ଗିରଫ କରି ରାଇରଙ୍ଗପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।ପରେ କୋର୍ଟପୋଲିସ କୋର୍ଟ ଚାଲାଣ କରିଛି ।କରୋନା ମହାମାରୀ ସମୟରେ ଆର୍ଥିକ ଅନାଟନ ସହି ନ ପାରି ଯୁବ ଗୋଷ୍ଠୀ ଚୋରି,ଡକାୟତି,ଛିନତାଇ,ରାହାଯାନୀକୁ ଆପଣେଇଛନ୍ତି ।ଯାହାଫଳରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଏବଂ ପୋଲିସର ଚିନ୍ତା ବଢାଇ ଦେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସିସିଟିଭି କ୍ୟାମେରାରେ କୟଦ ହୋଇଥିବା ଅସାମାଜିକ ଲୋକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାରୁ ଅଂଚଳବାସୀ ପୋଲିସର ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି ।

Related posts

ମନ୍ନତରେ ଏନସିବି ଟିମର ଚଢାଉ 

mahabharatanews

ଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆ

mahabharatanews

୫ ଜଣଙ୍କୁ ଜେରା କରୁଛି କ୍ରାଇମ ବ୍ରାଞ୍ଚ

mahabharatanews