ଓଡିଶା

ଦୀର୍ଘ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ, ପ୍ରତିଷ୍ଠା ହେବ ମେଡିକାଲ କଲେଜ

ଭୁବନେଶ୍ୱର/ସରୋଜ ରାଉତ: ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଯାଜପୁରବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଗତକାଲି କ୍ୟାବିନେଟରେ ଯାଜପୁରରେ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲବାକୁ ସରକାର ନେଇଥିବା ନିଷ୍ପତ୍ତି ପରେ ଅଞ୍ଚଳବାସୀଙ୍କ ମନରେ ଖୁସି ଲହରି ଖେଳି ଯାଇଛି । ଯାଜପୁର, ଜିଲ୍ଲା ମାନ୍ୟତା ପାଇବାର ୨୭ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲାବାସୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ରହିଛନ୍ତି ।

୧ ଏପ୍ରିଲ ୧୯୯୩ ମସିହାରେ ଯାଜପୁରକୁ ଜିଲ୍ଲାର ମାନ୍ୟତା ଦିଆଗଲା । ସେବେଠାରୁ ଆରମ୍ଭ ହେଲା ଯାଜପୁରର ଉନ୍ନତି କାମ । ଉନ୍ନତି କେବଳ ନାଁକୁ । ୩୧୧ଟି ଗ୍ରାମ ପଞ୍ଚାୟତ ଓ ୧୭୮୧ଟି ଗ୍ରାମ ଥିବା ଏହି ଜିଲ୍ଲାରେ ଉକ୍ରଟ ସମସ୍ୟାର ରୂପ ନେଲା ସ୍ୱାସ୍ଥ୍ୟ ସମସ୍ୟା, ଯାହାକୁ ଦୃଷ୍ଟିରେ ରଖି ୨୨ ସେପ୍ଟେମ୍ବର ୧୯୯୩ରେ ଯାଜପୁରରେ ଏକ ହସ୍ପିଟାଲ ନିର୍ମାଣ କରାଗଲା । ସମଗ୍ର ଯାଜପୁରବାସୀ ଏହି ହସ୍ପିଟ।।ଲ ଉପରେ ନିର୍ଭର କରୁଥିବାରୁ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା । ଏଥିସହ ହସ୍ପିଟାଲରେ ନାଁ ଥିଲା ସମସ୍ତ ବିଭାଗ, ନାହିଁ ପର୍ଯ୍ୟାପ୍ତ ଡାକ୍ତର, ଉପକରଣ ଓ ଅନ୍ୟାନ୍ୟ ସାଧନ । ତେଣୁ ଅଧିକାଂଶ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲୋକମାନେ କଟକ ବଡ ହସ୍ପିଟାଲ କିମ୍ବା ଘରୋଇ ମେଡିକାଲ ଉପରେ ନିର୍ଭର କରନ୍ତି । ଘରୋଇ ହସ୍ପିଟାଲ ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଦୁର୍ଘଟଣା ବା ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ କଟକ ନେବା ସମୟରେ ଅନେକ ଜୀବନ ଚାଳିଯାଉଛି । ଏନେଇ ଯାଜପୁରରେ ଏକ ଅତ୍ୟାଧୁନିକ ମେଡିକାଲ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

ରାଜ୍ୟ ତଥା ଜିଲ୍ଲାରେ ଦୀର୍ଘ ୫୦ରୁ ଉଦ୍ଧ୍ୱର୍ ବର୍ଷ ଧରି କଂଗ୍ରେସ ଶାସନ କରିଥିଲେ ମେଡିକାଲ ସମସ୍ୟାର କୌଣସି ସମାଧାନ କରିପାରି ନଥିଲା । ଲୋକେ କଂଗ୍ରେସ ସରକାର ହଠାଇ ବିଜେଡିକୁ ଶାସନ ଦାୟିତ୍ୱ ଦେଲେ । ବିଜେଡି ସରକାର ଲଗାତାର ୨୨ ବର୍ଷ ଧରି ଶାସନ ଚଲାଇଛି । ଇତି ମଧ୍ୟରେ ଯାଜପୁରର ମଙ୍ଗ ବହୁ ବରିଷ୍ଠ ନେତା ଧରିଛନ୍ତି । ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ଏହି ମାଟିରୁ ପ୍ରଫୁଲ୍ଲ ଘଡେଇ, କଳ୍ପତରୁ ଦାସ, ପ୍ରମିଳା ମଲ୍ଲିକ, ଦେବାଶୀଷ ନାୟକ, ଅମର ଶତପଥି ପ୍ରମୁଖ ବିଜେଡିରୁ ବିଜୟ ହାସଲ କରିବା ସହ ବଡବଡ ବିଭାଗ ଦାୟିତ୍ୱ ନେଇଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ପରି ଲୋକଙ୍କ ମୌଳିକ ଅଧିକାର ପୂରଣ ହୋଇ ପାରୁ ନ ଥିଲା । କିନ୍ତୁ ଯାଜପୁରର ଯୁବ ବିଧାୟକମାନଙ୍କ ଉଦ୍ୟମରେ ଆଜି ଜିଲ୍ଲା ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଛି । ଏଥିନେଇ ମୋଟ ୪୨୬କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।

 

Related posts

ବଳି କେବଳ ନୀତିକାନ୍ତିରେ ସୀମିତ ହେବ

mahabharatanews

ଡିଜିଟାଲ ଆରେଷ୍ଟର ଶିକାର ହେଲେ ରାଜଧାନୀର ମହିଳା

mahabharatanews

ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

mahabharatanews