ଓଡିଶା

ବୋଥ୍ରାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ

ନୟାଗଡ: କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତକାରୀ ଦଳ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସାଂଘାତିକ ଅଭିଯୋଗ । ଅରୁଣ ବୋଥ୍ରା ଦୋଷ ମୁଣ୍ଡେଇବାକୁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇବା ନେଇ ହେଉଛି ଅଭିଯୋଗ । ପରୀରର ଗାଁ ଯଦୁପୁରର ସରୋଜ ସେଠୀ ନାମକ ଯୁବକ ଏପରି ଅଭିଯୋଗ କରିଛି । ଦୋଷ ମୁଣ୍ଡେଇବାକୁ ସରୋଜକୁ ବୋଥ୍ରା ୫ ଲକ୍ଷ ଟଙ୍କା ଯାଚିଥିବା ସେ କହିଛି । ଏଥିସହ ଏହି ଘଟଣାରେ ତାକୁ ଫସେଇବାକୁ ତାର ରକ୍ତ, ଲାଳ ନମୁନା ସଂଗ୍ରହ କରିଥିବା ମଧ୍ୟ ସେ ଅଭିଯୋଗ କରିଛି । ସେ କହିଛି, ବୋଥ୍ରା କହିଛନ୍ତି ତୋର ବୟସ ୧୮, କିନ୍ତୁ ତୁ ଯଦି ଦୋଷ ତୋ ମୁଣ୍ଡକୁ ନେବୁ ତୋତେ ୫ ଲକ୍ଷ ଟଙ୍କ।। ଦେବା ସହ ତୋର ବୟସ ୧୭ ଦର୍ଶାଇ ଜୁଭେନାଇଲ ବୋଲି ଦଣ୍ଡରୁ ମୁକୁଳାଇବୁ ।
ଗତକାଲି ହାଇକୋର୍ଟରେ ଏସଆଇଟି ପରୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଏକ ବନ୍ଦ ଲଫାପାରେ ଦାଖଲ କରିଥିଲା । ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଓ ହତ୍ୟାକାରୀ କିଏ ତାହା ଏସଆଇଟି ସୁରାକ ପାଇଥିବା ମଧ୍ୟ ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏପରିକି ଏସଆଇଟି ତା ରିପୋର୍ଟରେ ଦର୍ଶାଇଥିଲା କି ପରୀର ପୋଷାକରେ ଦୁଷ୍କର୍ମ ନେଇ ସୁରାକ ରହିଛି । ଏହା ରିପୋର୍ଟ ଦାଖଲର ଦିନକ ପରେ ଯଦୁପୁରର ସରୋଜ ନିଜକୁ ନିର୍ଦ୍ଦୋଷ କହିବା ସହ ବୋଥ୍ରା ତାଙ୍କୁ ଫସାଉଥିବା ଅଭିଯୋଗ କରିଛି । ଏଥିସହ ତାର କିମ୍ବା ତା ପରିବାରର କିଛି ହେଲେ ବୋଥ୍ରା ଦାୟୀ ରହିବେ ବୋଲି ସେ କହିଛି ।

SR

 

Related posts

୮ହଜାର ମୁହାଁ ରାଜ୍ୟରେ ଡେଙ୍ଗୁ ସଂଖ୍ୟା   

mahabharatanews

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

mahabharatanews

ଜିଲ୍ଲାପାଳଙ୍କ ନିଖୋଜ ଥିବା ପିଏଙ୍କ ମୃତଦେହ ଉଦ୍ଧାର

mahabharatanews