ଓଡିଶା

ଚାଇନା ମେଡ ମାଞ୍ଜା ବ୍ୟବହାର ଉପରେ ପ୍ରତିବନ୍ଧକ

କଟକ: ଆସିଲା ଗୁଡ ଉଡେଇବାର ପର୍ବ ମକର ସଂକ୍ରାନ୍ତି। କଟକ ସହର ଗୁଡି ଉଡା ପାଇଁ ପ୍ରସିଦ୍ଧ । ହେଲେ ଚଳିତ ବର୍ଷ କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (ସିଡିଏ) ଗୁଡି ସଂକ୍ରାନ୍ତରେ ନେଇଛି ଏକ ବଡ଼ ନିଷ୍ପତ୍ତି । ଚଳିତ ବର୍ଷ ଚାଇନା ମେଡ ମାଞ୍ଜା ବ୍ୟବହାର ଉପରେ ସିଡିଏ ଲଗାଇଛି ପ୍ରତିବନ୍ଧକ । ଏଥିସହ କାଛ ଗୁଣ୍ଡ ବ୍ୟବହୃତ ମାଞ୍ଜା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ସିଡିଏ । ଏହି ଗୁଡି ଉଡାଇବାକୁ ନେଇ ପ୍ରତିବର୍ଷ ଏକାଧିକ ଜୀବନ ଯାଉଛି । ଏହାକୁ ଏଡାଇବାକୁ କଟକ ମ୍ୟୁନିସିପାଲ କର୍ପୋରେସନ ଏହି ପଦକ୍ଷେପ ନେଇଛି । ସିଡିଏ ପକ୍ଷରୁ ଏନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି। ପ୍ରତିବନ୍ଧିତ ଗୁଡି ସମାଗ୍ରୀର ବିକ୍ରି ଉପରେ ନଜର ରଖିବାକୁ ତିନୋଟି ଟିମ ଗଠନ କରାଯାଇଛି ।

 

Related posts

୩୦ ଜିଲ୍ଲାରୁ ୧୯୮୨ ସଂକ୍ରମିତ ଚିହ୍ନଟ

mahabharatanews

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

mahabharatanews

କୃମିନାଶକ କାର୍ୟ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

mahabharatanews