ଓଡିଶା

ଚାଇନା ମେଡ ମାଞ୍ଜା ବ୍ୟବହାର ଉପରେ ପ୍ରତିବନ୍ଧକ

କଟକ: ଆସିଲା ଗୁଡ ଉଡେଇବାର ପର୍ବ ମକର ସଂକ୍ରାନ୍ତି। କଟକ ସହର ଗୁଡି ଉଡା ପାଇଁ ପ୍ରସିଦ୍ଧ । ହେଲେ ଚଳିତ ବର୍ଷ କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (ସିଡିଏ) ଗୁଡି ସଂକ୍ରାନ୍ତରେ ନେଇଛି ଏକ ବଡ଼ ନିଷ୍ପତ୍ତି । ଚଳିତ ବର୍ଷ ଚାଇନା ମେଡ ମାଞ୍ଜା ବ୍ୟବହାର ଉପରେ ସିଡିଏ ଲଗାଇଛି ପ୍ରତିବନ୍ଧକ । ଏଥିସହ କାଛ ଗୁଣ୍ଡ ବ୍ୟବହୃତ ମାଞ୍ଜା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ସିଡିଏ । ଏହି ଗୁଡି ଉଡାଇବାକୁ ନେଇ ପ୍ରତିବର୍ଷ ଏକାଧିକ ଜୀବନ ଯାଉଛି । ଏହାକୁ ଏଡାଇବାକୁ କଟକ ମ୍ୟୁନିସିପାଲ କର୍ପୋରେସନ ଏହି ପଦକ୍ଷେପ ନେଇଛି । ସିଡିଏ ପକ୍ଷରୁ ଏନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି। ପ୍ରତିବନ୍ଧିତ ଗୁଡି ସମାଗ୍ରୀର ବିକ୍ରି ଉପରେ ନଜର ରଖିବାକୁ ତିନୋଟି ଟିମ ଗଠନ କରାଯାଇଛି ।

 

Related posts

ଗ୍ରାମକୁ ରାସ୍ତା ମରାମତି ପାଇଁ ଦାବି

mahabharatanews

ବରଗଡ଼ ଜିଲ୍ଲାରେ ଦ୍ଵିତୀୟ କରୋନା ରୋଗୀ

mahabharatanews

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

mahabharatanews