ଓଡିଶା

ରାଜଧାନୀରେ ୨୦୨୦ରେ ଅପରାଧ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ କମ ରହିଛି

ଭୁବନେଶ୍ୱର: ରାଜଧାନୀରେ ୨୦୨୦ରେ ଅପରାଧ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ କମ ରହିଛି । ହତ୍ୟା, ଲୁଟ, ଘରୋଇ ହିଂସା, ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ରାଜଧାନୀରେ ଦୁଷ୍କର୍ମ ମାମଲା କମ ରହିଛି । ତେବେ ରାଜଧାନୀର ୬ଟି ଥାନା ଅଞ୍ଚଳରେ ଅପରାଧ ସଂଖ୍ୟାରେ ବୃଦ୍ଧି ଦେଖାବାକୁ ମିଳିଛି । ଏହି ୪ଟି ଥାନା ଅଧୀନରେ ୨୦୧୯ ବର୍ଷ ତୁଳନାରେ ଅଧିକ ମାମଲା ରୁଜୁ ହୋଇଛି ।
ଖଣ୍ଡଗିରି ଥାନାରେ ୨୦୧୯ରେ ୭୬୦ଟି ମାମଲା ଥିବା ବେଳେ ୨୦୨୦ରେ ଏହା ୭୯୪ ରହିଛି । ସେହିପରି ତମାଣ୍ଡୋ ଥାନାରେ ୨୦୧୯ରେ ୩୩୯ଟି ମାମଲା ରୁଜୁ ହୋଇଥିଲା କିନ୍ତୁ ୨୦୨୦ରେ ଏହି ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ଏୟାରଫିଲ୍ଡ ଥାନାରେ ୨୦୧୯ରେ୨୫୦ଟି ମାମଲା ବଢି ୨୦୨୦ରେ ୨୫୪ ହୋଇଛି । ଏୟାରପୋର୍ଟ ଥାନାରେ ୨୦୧୯ରେ ୨୫୨ଟି ୨୦୨୦ ନଭେମ୍ବର ସୁଦ୍ଧା ୨୫୩ ମାମଲା ହୋଇଛି ।
୨୦୨୦ରେ ଲୁଟ, ଘରୋଇ ହିଂସା, ବୈବାହିକ ବିଶୃଙ୍ଖଳା ୨୦୨୦ରେ ଅଧିକ ରହିଛି । ଲକଡାଉନ ପାଇଁ ଲୁଟ ପରିମାଣ ବୃଦ୍ଧି ପାଇଛି । ଗୋଟିଏ ପଟେ କର୍ମସଂସ୍ଥାନ ହରାଇ ବେକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିଥିଲା । ତେଣୁ ଲୁଟ ମାତ୍ରା ବୃଦ୍ଧିପାଇଛି । ତେବେ ଲକଡାଉନ ପାଇଁ ଲୋକଙ୍କ ଆତଯାତ ନଥିବାରୁ ଲୁଟରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଠାବ କରିବାରେ ପୁଲିସକୁ ସହଯୋଗ ମିଳିନଥିବାରୁ ଲୁଟ ଘଟଣାରେ ପୁଲିସ ସଫଳତା ହାସଲ କରି ପାରି ନାହିଁ । କମିଶନରେଟ ପୁଲିସ ଅଧୀନରେ ଭୁବନେଶ୍ୱରର ୨୧ ଥାନାରେ ପୂର୍ବ ବର୍ଷ ଅପେକ୍ଷା ଅପରାଧ ବୃଦ୍ଧି ପାଇଛି । ୨୦୧୯ରେ ରାଜଧାନୀରେ ୩୯ଟି ହତ୍ୟା ହୋଇଥିବା ବେଳେ ୨୦୨୦ରେ ଏହା ୪୦ ରହିଛି । ୨୦୧୯ରେ ୨୬୬ ଲୁଟ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩୩୦ ରହିଛି । ତେବେ ଦୁଷ୍କର୍ମ ମାମଲାରେ ହ୍ରାସ ପାଇଛି । ୨୦୨୦ରେ ୧୬ ଜଣଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି ।

 

Related posts

ଓଏଏସ ଓଆରଏସ ସ୍ତରରେ ଅଦଳବଦଳ ରାଜ୍ୟ ସରକାର

mahabharatanews

ଦୁଇ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ

mahabharatanews

ଡିଭାଡରରେ ଧକ୍କା ହେଲା ବଲାଙ୍ଗିରରୁ କଟକ ଅଭିମୁଖେ ଆସୁଥିବା ଏକ ୧୬ ଚକିଆ ମକା ବୋଝେଇ ଟ୍ରକ

mahabharatanews