ଓଡିଶା

ସାବଧାନ ଛପିଛି ବାଘୁଣୀ 

(ନୂଆପଡ଼ା) : ବଢୁଛି ବାଘ ଉପଦ୍ରଵ । ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ଥମିବାର ନା ଧରୁନି । ଜିଲ୍ଲା ଉଦ୍ୟାନ ବିଭାଗର କର୍ମଚାରୀ ସୁନାବେଡାର ଏକ ତାଲିମ ଶିବିରକୁ ଯାଇ ଫେରୁଥିବାବେଳେ ସେମାନଙ୍କ କ୍ୟାମେରାରେ ବାଘଟି କଏଦ୍ ହୋଇଛି ।

ସୂଚନାନୁଯାୟୀ , ବାଘ ଦେଖିବା ପରେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଏକ ଛୁଆ ବାଘ ହୋଇଥିବାରୁ ସେଠାରେ ବାଘୁଣୀ ରହିଥିବାର ମଧ୍ୟ ଅନୁମାନ କରାଯାଉଛି । ଏଵେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ବାଘ ଭୟରେ ଆତଙ୍କିତ ହୋଇପଡିଛନ୍ତି ।

Related posts

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

mahabharatanews

ଆମ୍ବୁଲାନ୍ସ ଫେରିଗଲା, ଜିପରେ ପ୍ରସବ କଲେ ପ୍ରସୂତୀ

mahabharatanews