ଓଡିଶା

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଦର୍ପଣ ପୁସ୍ତିକା ଉନ୍ମୋଚିତ

ଭୁବନେଶ୍ୱର: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ଗାଇଡ ପୁସ୍ତିକା ‘ପରୀକ୍ଷା ଦର୍ପଣ’କୁ ଉନ୍ମୋଚନ କରିଛନ୍ତି । ୭୦୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତିକା । ଏଥିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିଛି । ରାଜ୍ୟର ୬ ଲକ୍ଷ ୨୦ ହଜାର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଏହି ବହି ମାଗଣାରେ ଦିଆଯିବ। ପ୍ରଥମେ ଏହି ପୁସ୍ତିକାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଯିବ । ଏହାପରେ ଫେବୃୟାରୀ ୧୨ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ପହଞ୍ଚାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ଫେବୃଆରୀ ବଦଳରେ ଚଳିତ ବର୍ଷ ମେ’ ୩ ତାରିଖରେ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ହେଲେ କରୋନା ପାଇଁ ଚଳିତ ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ‘ପରୀକ୍ଷା ଦର୍ପଣ’ ଛାତ୍ରଛାତ୍ରୀଙ୍କୁ ଅନେକାଂଶରେସହାୟକ ହେବ ବୋଲି ଆଶା କରାଯାଉଛି। ଟେଷ୍ଟପେପର ଭଳି ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହେଉଛି। କରୋନା ପାଇଁ ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ହେଉଥିବାରୁ ସେହି ଅନୁସାରେ ପରୀକ୍ଷା ଦର୍ପଣରେ ପ୍ରତି ବିଷୟରୁ ପ୍ରଶ୍ନୋତ୍ତର ରହିବ।
ଅନ୍ୟପକ୍ଷରେ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟତା ପାଇଁ ଦୂରଦର୍ଶନରେ ‘ଶିକ୍ଷା ଦର୍ପଣ’ କାର୍ୟ୍ୟକ୍ରମ ବି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଫେବୃଆରୀ ୧୮ରୁ ୨୨ ତାରିଖ ପର୍ୟ୍ୟନ୍ତ ଦୂରଦର୍ଶନରେ ଏହି କାର୍ୟ୍ୟକ୍ରମ ପ୍ରସାରଣର ବ୍ୟବସ୍ଥା ହୋଇଛି।

 

Related posts

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ..

mahabharatanews

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା

mahabharatanews

ସାବଧାନ ! ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ 

mahabharatanews