ଖେଳ

 ଦ୍ୱିତୀୟ ଦିନରେ ଇଂଲଣ୍ଡର ଖାତାରେ ୫୫୫ ରନ

ଚେନ୍ନାଇ: ସ୍ଥାନୀୟ ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଭାରତ – ଇଂଲଣ୍ଡ ମଧ୍ୟରେ ଚାଲିଛି କ୍ରିକେଟ ଟେଷ୍ଟ ମ୍ୟାଚ । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳର ସ୍ଥିତି ମଜଭୁତ ରହିଛି। ଅଧିନାୟକ ଜୋ ରୁଟ୍‌ ଦ୍ବିଶତକ ଦେଇଥିବା ବେଳେ ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ଉଇକେଟ୍‌ରେ ୫୫୫ ରନ୍‌ ସଂଗ୍ରହ କରିଛି। ଡୋମିନିକ ବେସ୍‌ (୨୮) ଏବଂ ଜୋଫ୍ରା ଆର୍ଚର (୦) ଅପରାଜିତ ରହିଛନ୍ତି।
ଇଂଲଣ୍ଡ ଦଳ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଖେଳ ଆରମ୍ଭରୁ ଦଳର ପ୍ରଦର୍ଶନ ଭଲ ରହିଥିଲା । ଦଳ ୬୩ ରନରେ ୨ଟି ଉଇକେଟ୍‌ ହରାଇଥିଲା । କିନ୍ତୁ ଏହା ପରଠାରୁ ଅଧିନାୟକ ଜୋ ରୁଟ୍‌ ଏବଂ ଡୋମିନିକ ସିବ୍‌ଲୀ ଦଳକୁ ସମ୍ଭାଳିନେଇଥିଲେ । ରୁଟ ୨୦୦ ରନ୍‌ର ବିରାଟ ସ୍କୋର କରିଥିଲେ । ପରେ ସିଲ୍‌ବୀ ୮୭ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ । ସିବଲୀଙ୍କ ପରେ ବେନ୍‌ ଷ୍ଟୋକ୍‌ସ ରୁଟଙ୍କ ସହିତ ମିଶି ୧୨୪ ରନ୍‌ର ଭାଗିଦାରି ଯୋଡ଼ିଥିଲେ। ଷ୍ଟୋକ୍‌ସ ୮୨ ରନ୍‌ର ଇନିଂସ ଖେଳିଥିଲେ। ଦଳର ସ୍କୋର ୪୭୭ ହୋଇଥିବାବେଳେ ରୁଟ୍‌ ଷଷ୍ଠ ଉଇକେଟ୍‌ରେ ମୋଟ ୨୧୮ ରନ୍‌ କରି ଆଉଟ୍‌ ହୋଇଥିଲେ।
ଭାରତ ପକ୍ଷରୁ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ବିନ, ଶାହବାଜ ନଦୀମ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି।

 

Related posts

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

mahabharatanews

ଉଜ୍ଜୈନରେ ମହାକାଳଙ୍କ ଆଶୀର୍ବାଦ ନେଲେ କୋହଲି ଓ କୁଳଦୀପ

mahabharatanews

ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ଫାଇନାଲ ଟିକେଟ୍ ପାଇଁ ଦମଦାର ମୁକାବିଲା

mahabharatanews