ରାଜନୀତି

ଆରଏସଏସ ମୁଖ୍ୟ ପହଞ୍ଚିଲେ ମିଥୁନଙ୍କ ଘରେ

କୋଲକାତା: ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଆରଏସଏସ ମୁଖ୍ୟ ମୋହନ ଭାଗବତ ହିନ୍ଦୀ ଫିଲ୍ମ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ସାକ୍ଷାତ କରିଛନ୍ତି । ମୁମ୍ବାଇରେ ଏହି ସାକ୍ଷାତକାର ହୋଇଛି । ଆରଏସଏସ ମୁଖ୍ୟ ମୋହନ ଭାଗବତ ଆଜି ସକାଳୁ ସକାଳୁ ମୁମ୍ବାଇସ୍ଥିତ ମିଥୁନଙ୍କ ଘରେ ପହଞ୍ଚି ଯାଇଥିଲେ । କୁହାଯାଉଛି, ମିଥୁନ ଯେତେବେଳେ ନାଗପୁରରେ ଭାଗବତଙ୍କ ସହ ସାକ୍ଷାତ କରିଥିଲେ ସେତେବେଳେ ତାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିଥିଲେ । ତାଙ୍କ ଆମନ୍ତ୍ରଣ ରକ୍ଷାକରି ଭାଗବତଙ୍କ ଏହି ସୌଜନ୍ୟତାମୂଳକ ସାକ୍ଷାତକାର । ତେବେ ନିର୍ବାଚନ ପୂର୍ବରୁ ମିଥୁନଙ୍କ ସହ ଏହି ସାକ୍ଷାତକାରକୁ ଅନ୍ୟ ଦୃଷ୍ଟିରେ ବିଶେଷଜ୍ଞ ଦେଖୁଥିବା ବେଳେ ମିଥୁନ ଏହାକୁ ଖଣ୍ଡନ କରିଛନ୍ତି ।
ମିଥୁନ କହିଛନ୍ତି, ତାଙ୍କ ସହ ମୋର ଆଧ୍ୟାତ୍ମିକ ସଂଯୋଗ ରହିଛି । ତାଙ୍କ ସହ ଲକ୍ଷେ୍ନøରେ ମଧ୍ୟ ମୋର ସାକ୍ଷାତ ହୋଇଥିଲା । ସାକ୍ଷାତ ବେଳେ ତାଙ୍କୁ ଅନୁରୋଧ କରିଥିଲି ମୁମ୍ବାଇ ଆସିଲେ ଆମ ଘରକୁ ଆସିବାକୁ । ତେଣୁ ଏହାକୁ ରାଜନୈତିକ ରୂପ ଦେବା ଠିକ ନୁହେଁ ।
ତେବେ କୁହାଯାଉଛି, ମିଥୁନ ରାଜ୍ୟସଭା ରହିଛନ୍ତି । ତୃଣମୂଳ କଂଗ୍ରେସ ତାଙ୍କୁ ରାଜ୍ୟସଭା ପଠାଇଥିଲା । କିନ୍ତୁ ସାରଦା ଘୋଟୋଲାରେ ତାଙ୍କ ନାମ ଆସିବା ପରେ ରାଜ୍ୟସଭାରୁ ମିଥୁନ ଇସ୍ତଫା ଦେଇଥିଲେ । ଏବେ ଆରଏସଏସ ମୁଖ୍ୟ ତାଙ୍କୁ ଭେଟିବାକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାରଣ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ବିଜେପିରେ ମିଶିବାକୁ ନେଇ ଚାଲିଥିବା ଚର୍ଚ୍ଚା ତାଙ୍କ ହୃଦଘାତ ପରେ ଥମିଯାଇଛି । ତେଣୁ ମିଥୁନ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଏହି ସାକ୍ଷାତକାର ପରେ ଚର୍ଚ୍ଚା ହେଉଛି ।

They are very cheap and have an amazing effect. where to buy cialis over the counter in malaysia The medicine is excellent.

Related posts

ରାମ ମନ୍ଦିର ଭୂମି ପୂଜା ଉତ୍ସବରେ ଯୋଗ ଦେବେନି ଉମା ଭାରତୀ

mahabharatanews

୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

mahabharatanews

ନବରଙ୍ଗପୁର କଂଗ୍ରେସର ମହାସଂକଳ୍ପ ସମାବେଶରେ କହ୍ନେୟା କୁମାର

mahabharatanews