ନୂଆଦିଲ୍ଲୀ: କେନ୍ଦ୍ର ସରକାର ପକ୍ଷରୁ ଅହେତୁକ ଜିଏସଟି, ତୈଳ ଦର ବୃଦ୍ଧି ଓ ଇ ୱେ ବିଲକୁ ବିରୋଧ କରି ଦେଶର ଟ୍ରେଡ ୟୁନିୟନ ପକ୍ଷରୁ ଅସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଦେଶର ୪୦ହଜାରରୁ ଅଧିକ ଟ୍ରେଡ ୟୁନିୟନ ସମର୍ଥନ କରିଛନ୍ତି । ଏହି ବନ୍ଦରେ ଭାରତୀୟ ପରିବହନ କଲ୍ୟାଣ ସଂଗଠନ ମଧ୍ୟ ସାମିଲ ହୋଇଛି । ସମସ୍ତ ୟୁନିୟନ ଆସନ୍ତା କାଲି ଦେଶବ୍ୟାପୀ ଚକା ଜାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଦରଦାମ ବୃଦ୍ଧି ବିରୋଧରେ ଆୟୋଜିତ ବନ୍ଦରେ ସମସ୍ତ ଦୋକାନ ବଜାର ଅ।।ସନ୍ତାକାଲି ବନ୍ଦ କରିବାକୁ କୁହାଯାଇଛି । ତେଣୁ ଆସନ୍ତାକାଲି ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ କୁହାଯାଇଛି । ସଂଗଠନଗୁଡିକ ଇ ୱେ ବିଲ ପ୍ରତ୍ୟାହାର କରିବାକୁ ତଥା ତୈଳ ଉପରୁ ଟିକସ ଓ ଜିଏସଟିରେ ଥିବା ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ଟ୍ରେଡ ୟୁନିୟନ ପକ୍ଷରୁ ଦାବି କରାଯାଉଛି ।
ଏହି ବନ୍ଦଡାକକୁ ରାଜ୍ୟ ଟ୍ରେଡ ୟୁନିୟନ ମଧ୍ୟ ସମର୍ଥନ ଜଣାଇଛି । ରାଜ୍ୟର ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । କଟକ ମାଲଗୋଦାମ ବଣିକ ସଂଘ,ଓଡିଶା ବ୍ୟବସାୟୀ ମହାସଂଘ ବନ୍ଦକୁ ସଫଳ କରିବାକୁ ସାଧାରଣ ଜନତାଙ୍କ ସମର୍ଥନ ଲୋଡିଛନ୍ତି ।
previous post
next post
