ଅପରାଧ

ଗଞ୍ଜେଇ ଚାଲାଣକାରୀ ପୁଲିସ କନେଷ୍ଟବଳ ଗିରଫ

ମାଲକାନଗିରି: ରାଜ୍ୟ ଗଞ୍ଜେଇର ବାହାରେ ଡିମାଣ୍ଡ ରହିଥିବା ବେଳେ ଏହି ଗଞ୍ଜେଇ ଚାଲାଣ ରୋକିବାକୁ ପୁଲିସ ଯେତିକି ପଦକ୍ଷେପ ନେଉଛି, ଚାଲାଣକାରୀ ଚାଲାଣର ଅଭିନବ ଉପାୟ ସବୁ ବାହାର କରୁଛନ୍ତି । ତେବେ ଏହି ଚାଲାଣ ପଛରେ କିଛି ଅସାଧୁ ପୁଲିସ କର୍ମଚାରୀ ମଧ୍ୟ ରହିଛନ୍ତି ବୋଲି ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ ଏବେ ଜଣେ ପୁଲିସ କର୍ମଚାରୀ ଗଞ୍ଜେଇ ଚାଲାଣରେ ଗିରଫ ହୋଇଛନ୍ତି । ଗାଡିରେ ପଣସ ଓ କଖାରୁ ଯାଉଥିବା ବେଳେ ଏହାର ତଳେ ରହିଥିଲା ଗଞ୍ଜେଇ । ଏହି ଗଞ୍ଜେଇ ମାଲକାନଗିରିରୁ ଛତିଗଡ ଚାଲାଣ ହେଉଥିଲା । ଏହାକୁ ଚାଲାଣ କରୁଥିଲେ ପୁଲିସ କନେଷ୍ଟବଳ ।
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଖବର ପାଇଥିଲା କି ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ଗାଡିରେ ଛତିଶଗଡକୁ ଗଞ୍ଜେଇ ଚାଲାଣ କରାଯାଉଛି । ଏହାପରେ ଅବକାରୀ ବିଭାଗର ୩ଟି ଟିମ ଗାଡିକୁ ବିଭିନ୍ନ ସ୍ଥାନରେ ଜଗି ବସିଥିଲେ । କୋରୁକୋଣ୍ଡା ନିକଟରେ ଗାଡିକୁ ଅବକାରୀ ବିଭାଗର ଟିକ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡିରେ କଖାରୁ ଓ ପଣସ ତଳେ ୮ କୁଇଣ୍ଟାଲ ଗଞ୍ଜେଇ ମିଳିଥିଲା । ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ । ମାଲକାନଗିରି ପୁଲିସର କନେଷ୍ଟବଳ ସଞ୍ଜିବ ହିରା ଏହାକୁ ଚାଲାଣ କରିବା ସହ ନିଜେ ଗାଡି ଚଳାଉଥିଲେ । ଅବକାରୀ ଅଧିକାରୀ ସଞ୍ଜିବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

Related posts

ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାର

mahabharatanews

ଭତ୍ତା ଟଙ୍କା ପାଇଁ ଜନ୍ମକଲା ବାପାର ଜୀବନ ନେଲା ପୁଅ

mahabharatanews

ଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତ

mahabharatanews