ଓଡିଶା

ଯୁବତୀ ଜୀବନ୍ତଦଗ୍ଧ, କାରଣ ଅସ୍ପଷ୍ଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖପ୍ରାମାଲ ଗାଁରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗ୍ରାମର କାମେଶ୍ୱର କନ୍ଦପାନଙ୍କ ଝିଅ ଆଜି ସକାଳୁ ରୋଷେଇ ଘରେ ଥିବା ସମୟରେ ରନ୍ଧନ ଗ୍ୟାସରୁ ଲିକ ହୋଇ ନିଆଁ ଲାଗି ଟ୍ଵିଙ୍କଲ ନିଆଁରେ ଜୀବନ୍ତ ଦ୍ବଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସିବା ପୂର୍ବରୁ ଗ୍ରାମ୍ୟବାସୀ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଟ୍ୱିଙ୍କିଲଙ୍କ ମୃତ୍ୟୁ ହୋଇସାରିଥିଲା । ନିଆଁ ଲାଗିବା କାରଣ ଏବେ ଅସ୍ପଷ୍ଟ ଥିବା ବେଳେ ଗ୍ଲାସ ଲିକରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। କୋକସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଯୁବତୀଙ୍କ ଆକସ୍ମିକ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Related posts

ସରକାରଙ୍କ ତାଗିଦ: ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ବାଇକ୍ ଦୁର୍ଘଟଣାରେ ୨ ମୃତ

mahabharatanews

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ୨୫ରେ ବସିବ ସର୍ବଦଳୀୟ ବୈଠକ

mahabharatanews