ଭୁବନେଶ୍ୱର: ରାଜ୍ୟ ସରକାର ୧୦ ଆକାଂକ୍ଷୀ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷରେ ୩ ମାସ ପାଇଁ ୧୦ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ୧୦ ଅଧିକାରୀ ଜିଲ୍ଲାଗୁଡିଗର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନ ବ୍ୟବସ୍ଥାର ସମୀକ୍ଷା କରିବା ସହ କାର୍ଯର୍୍ୟକୁ ତ୍ୱରିତ କରିବେ ।
ସେହି ସବୁ ଜିଲ୍ଲା ମଧ୍ୟରେ ରହିଛି ନୂଆପଡା, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ଗଜପତି, କଳାହାଣ୍ଡି, ମାଲକାନଗିରି, ଢେଙ୍କାନାଳ, କୋରାପୁଟ । ମୁଖ୍ୟତଃ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ରାଜ୍ୟର ବିକାଶ ପାଇଁ ଏହି ପଦକ୍ଷେପ ନେଇଛନ୍ତି ସରକାର । ଏହି କ୍ରମରେ ନୂଆପଡ଼ା ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ, ରାୟଗଡ଼ା- ନିକୁଞ୍ଜ ଧଳ, ନବରଙ୍ଗପୁର- ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ- ମଧୁସୂଦନ ପାଢ଼ି, ବଲାଙ୍ଗିର-ସୁରେନ୍ଦ୍ର କୁମାର, ଗଜପତି- ଭାସ୍କରଜ୍ୟୋତି ଶର୍ମା, କଳାହାଣ୍ଡି- ସତ୍ୟବ୍ରତ ସାହୁ, ମାଲକାନଗିରି- ଏନ.ବି. ଜାୱେଲ, ଢେଙ୍କାନାଳ- ରଞ୍ଜନା ଚୋପ୍ରା, କୋରାପୁଟ- ସନ୍ତୋଷ ଷଡ଼ଙ୍ଗୀଙ୍କୁ ଜିଲ୍ଲାର ବିକାଶ ଭାର ନ୍ୟସ୍ତ କରାଯାଇଛି ।
previous post