ରାଜନୀତି

ପିପିଲି ଦାୟିତ୍ୱରେ ଆଉ ୬ ନେତା

ଭୁବନେଶ୍ୱର/ରାଜେଶ ସାହୁ: ପିପିଲି ଉପନିର୍ବାଚନ ପାଇଁ କାଲିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସମସ୍ତ ରାଜନୈତିକ ଦଳ । ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଟକର ହେଉଛି । ଉଭୟ ଦଳ ସେମାନଙ୍କ ଟାଣୁଆ ନେତାଙ୍କୁ ଷ୍ଟାର କ୍ୟାମ୍ପେନରଭାବେ ଫିଲ୍ଡକୁ ଛଡାଯାଇଛି । ଏହାରି ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ବ ପ୍ରଦାନ କରିଛନ୍ତି। ଦାୟିତ୍ୱ ମିଳିଥିବା ନେତାଙ୍କ ମଧ୍ୟରେ ସମୀର ରଞ୍ଜନ ଦାଶ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ୍ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂ, ଉମାକାନ୍ତ ସାମନ୍ତରାୟ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ବ ଦିଆଯାଇଥିବା ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

 

Related posts

ସରିଲା ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

ପରଲୋକରେ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେ

mahabharatanews

୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

mahabharatanews