ଅପରାଧ

ଏସଟିଏଫ ହାତରେ ବଘା ଛାଲ ସହ ଶିକାରୀ ଓ ବେପାରୀ

ଭୁବନେଶ୍ୱର/ ସରୋଜ ରାଉତ: ବାଘ ଛାଲ ଜବତ କରିବା ସହ କ୍ରାଇମବ୍ରାଞ୍ଚ ଏସଟିଏଫ ୨ ଜଣଙ୍କୁ ଗିରଫ କରିଛି । ନୟାଗଡରେ ବାଘ ଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ଏସଟିଏଫ ଉଭୟ ଶିକାରୀ ଓ ବେପାରୀଙ୍କୁ କାବୁ କରି ନେଇଛି । ୪ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ଖୋର୍ଦ୍ଧା-ଭୁବନେଶ୍ବର ରାସ୍ତାରେ ବାଘ ଛାଲ ଡିଲ୍ କରିବାକୁ ଡାକି ମାଡି ବସିଲା ଏସଟିଏଫ । ଗିରଫ ଦୁଇ ଜଣ ବ୍ୟକ୍ତି ନୟାଗଡ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ ହୋଇଛି । ଏମାନଙ୍କ ସହ ଅନ୍ୟ କାହାର ଲିଙ୍କ୍ ରହିଛି ତାହାର ଖୋଳତାଡ କରୁଛି ଏସଟିଏଫ ।

 

Related posts

ଆରଜି କର ପୀଡିତାଙ୍କ ମା’ଙ୍କ ଆଖିରେ ଲୁହ, ନ୍ୟାୟର ଅପେକ୍ଷା ଏବେ ବି ଜାରି

mahabharatanews

ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର

mahabharatanews

ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

mahabharatanews