ଅପରାଧଓଡିଶା

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଯୁବକ

(ତାରାକାନ୍ତ ନାୟକ/ସାଲେପୁର): ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଯୁବକ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଭାଇରାଲ କରିଥିବା ଏବଂ ଉତ୍ତରପ୍ରଦେଶ ବିଶ୍ବ ହିନ୍ଦୁ ପରିଷଦ ଅଧକ୍ଷ କୂଳଦୀପ ପାଞ୍ଚାଲଙ୍କୁ ଫୋନରେ ହତ୍ୟା ଧମକ ଦେବାସହ ଭାରତମାତା ପ୍ରତି ଆପତ୍ତିଜନକ ଟିପ୍ପଣୀ ବାରମ୍ବାର ଦେବାରୁ ଅଧକ୍ଷ କୂଳଦୀପ ପାଞ୍ଚାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଉତ୍ତରପ୍ରଦେଶ ର ଦୁଇଜଣିଆ ଟିମ ସାଲେପୁର ପୋଲିସ ସହାୟତାରେ ତଦନ୍ତ ଚଳାଇଥିଲା । ତେବେ ତଦନ୍ତରୁ ଜଣାପଡିଥିଲା ଯେ ଉକ୍ତ ଯୁବକ ଜଣକ ହେଉଛି ଓଡ଼ିଶାର କଟକଜିଲ୍ଲା ସାଲେପୁର ଥାନା କୁସମ୍ବି ଗ୍ରାମର ରସିଦ ଅହମଦଙ୍କ ପୁଅ ସୟଦ ହସନ ଅହମ୍ମଦ । ଏହା ପରେ ଉତ୍ତରପ୍ରଦେଶ ପୋଲିସ କେସ ନଂ୨୦୧ ଆଇପିସିର୧୨୪ ଏ, ୫୦୭,୧୫୩ ଏ ଓ ୫୦୪ ଦଫାରେ ହସନଙ୍କୁ ଗିରଫ କରିଛି।

Related posts

ଆଉ ୧୦ ପୁଲିସ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୦୫୭କୁ ବୃଦ୍ଧି

mahabharatanews

୨୩ରେ ମାହାଙ୍ଗା ଡବଲ ମର୍ଡର ଶୁଣାଣି

mahabharatanews