ଅପରାଧ

ଯୁବକଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ

ବାରିପଦା(ମହାଭାରତ): ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ ମରାଯାଉଥିବାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରର ୨୪ନଂ ୱାର୍ଡ କାଳିକାପୁର ଅଞ୍ଚଳରେ । ପରେଡ ପଡିଆର ଭିକି ଖମାରୀଙ୍କୁ କିଚି ଲୋକ ନିସ୍ତୁକ ମାଡ ମାରିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଯେଉଁ ଭିଡିଓ ସୋଶଲ ମିଡିଆରେ ଛଡାଯିବା ପରେ ଏହା କୁବ ଭାଇରାଲ ହେବାରେ ଲାଗିଛି ।
ଏମିତି ମାଡ ମାରିବାର କାରଣ ହେଉଛି ଚୋରି । ଭିକି ସେଠାକାର ଜଣେ ବ୍ୟକ୍ତିଙ୍କ ମୋବାଇଲ ସହ ଗାଁର ଛେଳି ଚୋରି କରୁଥିଲା । ତେବେ ଚୋରି ଧରା ପଡିବା ପରେ ଅଭିଯୁକ୍ତ ଭିକିକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ ମରାଯାଇଛି । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭିକିକୁ ଗିରଫ କରିଥିବା ଜଣା ପଡିଛି । ଭିକି ନାମରେ ଅନେକ ଚୋରି ମାମଲା ରହିଥିବା ବେଳେ କିଛି ଦିନ ପୂର୍ବରୁ ସେ ଜେଲରୁ ମୁକୁଳିଥିଲା । କେବଳ ଭିକିକୁ ନୁହେଁ ତାକୁ ମାଡ ମାରିଥିବା ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରି ସେମାନଙ୍କ ନାମରେ ପୋଲିସ ଏକ ମାମଲା ରୁଜୁ କରିଛି ।

Related posts

ବନ୍ଧୁକ ମୁନରେ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କୁ ଲୁଟ୍

mahabharatanews

ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ

mahabharatanews

ଘରୁ ଡାକି ନେଇ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା

mahabharatanews