ଓଡିଶା

ବିଜୟ କୁମାର ସାହୁଙ୍କୁ ଡକ୍ତରେଟ ପ୍ରଦାନକୁ ବିରୋଧ: ୪ ଗିରଫ

ଭୁବନେଶ୍ୱର/ ସରୋଜ ରାଉତ: ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ କଳାପତାକା ପ୍ରଦର୍ଶନ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ କଳାପତାକା ଦେଖାଇ ୪ ଜଣ ଗିରଫ । ସମାବର୍ତ୍ତନ ଉତ୍ସବରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁଙ୍କୁ ଡକ୍ତରେଟ ପ୍ରଦାନକୁ ବିରୋଧ କରି ଏହି କଳାପତାକା ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ଅମୀୟ ପାଣ୍ଡବ, ଗଣେଶ ସାହୁ ଓ ଅନ୍ୟ ୨ ଜଣକୁ ଉଠାଇ ନେଇଛି ପୁଲିସ । ଜଣେ ଶିକ୍ଷା ଦଲାଲଙ୍କୁ ଡକ୍ଟରେଟ ପ୍ରଦାନ ବନ୍ଦ କରାଯାଉ ବୋଲି ପ୍ରଦର୍ଶନ ନାରା ଦେଇଥିଲେ ପ୍ରଦର୍ଶନକାରୀ ।

 

Related posts

କ୍ଳବ ସତ୍ୟବାଦୀ ପକ୍ଷରୁ ବୁଲା କୁକୁର, ଗାଈଗୋରୁଙ୍କ ଖାଦ୍ୟ ବଣ୍ଟନ

mahabharatanews

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews