ଓଡିଶା

ତିର୍ତ୍ତୋଲ ବ୍ଲକରେ ୩ କୋଟିରୁ ଅଧିକ ଟଙ୍କା ହେରଫେର, ଦୁଇ ପୂର୍ବତନ ସରକାରୀ କର୍ମଚାରୀ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟରେ ୩ କୋଟିରୁ ଅଧିକ ସରକାରୀ ଟଙ୍କା ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇଜଣ ପୂର୍ବତନ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟିର୍ତ୍ତୋଲ ବ୍ଲକର ପୂର୍ବତନ SRA ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ PEO ପ୍ରଦୀପ୍ତ କୁମାର ମଲ୍ଲିକ। ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଟିର୍ତ୍ତୋଲ ବ୍ଲକରେ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା ସରକାରୀ ଅର୍ଥ ହେରଫେର ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।

ଭିଜିଲାନ୍ସର ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ସରକାରୀ ଦରମା ରେଜିଷ୍ଟର ଓ ଟଙ୍କା ପ୍ରଦାନ ସମ୍ପର୍କିତ ଦସ୍ତାବିଜରେ ଜାଲିଆତି ଓ ଟାମ୍ପରିଂ କରିଥିଲେ। ଏହାସହ ଅନୁମୋଦିତ ବଜେଟ୍ ଠାରୁ ଅଧିକ ଟଙ୍କାର ମିଥ୍ୟା ଓ ବଢ଼ାଇ ଦରମା ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥକୁ ନିଜସ୍ୱ ସେଭିଂସ୍ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୩୦, ତାରିଖ ୧୨ ଅଗଷ୍ଟ ୨୦୨୬ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ସହ IPCର ବିଭିନ୍ନ ଧାରା ଲାଗୁ କରାଯାଇଛି। ଗିରଫ ହୋଇଥିବା ଭଞ୍ଜ କିଶୋର ବେହେରା ଓ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ କଟକସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଉଛି। ଏହି ମାମଲାରେ ତଦନ୍ତ ଏବେ ମଧ୍ୟ ଜାରି ରହିଛି।

Related posts

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଓସିଏସ ସାକ୍ଷାତକାର ପରୀକ୍ଷା

mahabharatanews

କମ୍ୟୁନିଟି ହଲ ନିର୍ମାଣରେ ଦୁର୍ନୀତି, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

mahabharatanews

୭୨ଘଣ୍ଟା ମାଛଗଡ଼ ପଞ୍ଚାୟତ କୁ ସଟ ଡାଉନ

mahabharatanews