ରାଜ୍ୟକୁ ପୁଣି ଥରେ ଲଘୁଚାପର ପ୍ରଭାବ ଆସିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ଅଗଷ୍ଟ ୧୪ରୁ ୨୦ ତାରିଖ ମଧ୍ୟରେ ଏକ ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପ୍ରଥମ ସପ୍ତାହର ଶେଷ ଭାଗରେ, ଅର୍ଥାତ୍ ପ୍ରାୟ ଅଗଷ୍ଟ ୧୯ ତାରିଖ ସୁଦ୍ଧା, ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସଞ୍ଚାରଣ ସୃଷ୍ଟି ହେବାର ଆଶଙ୍କା ରହିଛି।

ଏହି ଘୂର୍ଣ୍ଣିବଳୟ ସଞ୍ଚାରଣର ପ୍ରଭାବରେ ଦ୍ୱିତୀୟ ସପ୍ତାହର ଆରମ୍ଭରେ, ଅର୍ଥାତ୍ ପ୍ରାୟ ଅଗଷ୍ଟ ୨୦ ତାରିଖ ସୁଦ୍ଧା, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ଓଡ଼ିଶାର ପାଣିପାଗରେ ପରିବର୍ତ୍ତନ ଆସିପାରେ। ତେବେ ଲଘୁଚାପର ଗତିପଥ, ଶକ୍ତି ଓ ଏହାର ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ପାଣିପାଗ ଆକଳନରୁ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।
